ପୁରୀର ପୂର୍ବତନ ଆର୍‌ଆଇଙ୍କ ଘରେ ଭିଜିଲାନ୍ସର ଅତର୍କିତ ଚଢାଉ

Published By : Prameya-News7 Bureau | January 29, 2021 IST

ପୁରୀ୨୯/୧: ପୁରୀର ପୂର୍ବତନ ଆର୍‌ଆଇ ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ। ବେଆଇନ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ସାମ୍ନାକୁ ଆସିବା ପରେ ଭିଜିଲାନ୍ସ ଚଢ଼ାଉ କରିଛି। ବାସଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରଖିଛି। ଫ୍ରେଣ୍ଡସ କ୍ଲବରେ ୨ଟା ଘର, ପେଣ୍ଠକଟାରେ ଗୋଟିଏ ଘର, ବାଲିଘାଟରେ ସମ୍ପର୍କୀୟଙ୍କ ଘର, ପୁରୀରେ ଦୁଇଟି ସରକାରୀ କାର୍ଯ୍ୟାଳୟ ଏବଂ କେନ୍ଦ୍ରାପଡାର ପୈତୃକ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଛି। ଜମି କିଣାବିକାରେ ସଂପୃକ୍ତି, ମୂଲ୍ୟବାନ ଜମିର ବେଆଇନ ଭାବେ କିଶମ ପରିବର୍ତ୍ତନ, ଜମି ଅଦଳବଦଳ ଆଦି ଅନେକ ବେଆଇନ କାର୍ଯ୍ୟ ନେଇ ତାଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଚଢ଼ାଉ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.