Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭିଜିଲାନ୍ସ ପଞ୍ଝାରେ ଜିଆରଏସ, ବିଲ୍ କରିବା ପାଇଁ ନେଉଥିଲେ ୨୦ ହଜାର ଟଙ୍କା ଲାଞ୍ଚ

21/08/2020 at 3:39 PM

ଦାରିଙ୍ଗବାଡି, ୨୧|୦୮ : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଗ୍ରାମ ରୋଜଗାର ସେବକ ବା ଜିଆରଏସ ।  ହିତାଧିକାରୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଜିଆରଏସଙ୍କୁ ଭିଜିଲାନ୍ସ ଧରିଛି ।

ଗିରଫ ଜିଆରଏସ ହେଲେ ସିମନବାଡ଼ି ଗ୍ରାମପଞ୍ଚାୟତର ଗ୍ରାମ ରୋଜଗାର ସେବକ(ଜିଆରଏସ) ଦିଲୀପ କୁମାର ସାହୁ । ସେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ  କର୍ମନିଯୁକ୍ତି ଯୋଜନାରେ କାର୍ଯ୍ୟ ହୋଇଥିବା କୂଅର ଫାଇନାଲ ବିଲ କରିବା ନିମନ୍ତେ ରଞ୍ଜନ ଦିଗାଲଙ୍କଠୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ଖବର ପାଇ  ସିମନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟରେ ଫୁଲବାଣୀ ଭିଜିଲାନ୍ସ ଡିଏସପି ରତିକାନ୍ତ ସୁନା ସଦଳବଳେ ଚଢ଼ାଉ କରିଥିଲେ । ଏହାସହ ଅଭିଯୁକ୍ତ ଜିଆରଏସଙ୍କୁ ଗିରଫ କରିଥିଲେ । ବିଲ୍ ହୋଇଥିବା କୂଅଟିର ପ୍ରକଳ୍ପ ମୂଲ୍ୟ ଏକ ଲକ୍ଷ ଷାଠିଏ  ହଜାର ଟଙ୍କା ଥିବା ଜଣାପଡ଼ିଛି ।

   Related Posts