ED ଏବଂ IT କୁ ଚିଠି ଲେଖିଲା ଭିଜିଲାନ୍ସ: ଏତେ ଟଙ୍କା କେମିତି ଜମା ହେଲା, ଏହାର ସଠିକ୍ ତଦନ୍ତ ହେଉ

Published By : Prameya-News7 Bureau | December 02, 2020 IST

ଭୁବନେଶ୍ବର୨/୧୨: ପାଠକ ବାପ-ପୁଅଙ୍କ କୋଟି କୋଟି ଟଙ୍କାର ଆକଳନ କରିବାକୁ ଇଡି ଏବଂ ଆଇଟିକୁ ଚିଠି ଲେଖିଲା ଭିଜିଲାନ୍ସ। ନିଲମ୍ବିତ ଏଇଏଫଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ତିନୋଟି ବ୍ୟାଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ହୋଇଛି । ଏହାକୁ ନେଇ ଭିଜିଲାନ୍ସ ସନ୍ଦେହ କରିବା ସହ ଏଥିରେ ସନ୍ଦିଗ୍ଧ ଓ ବେନାମୀ କାରବାର ହୋଇଥିବା ଅନୁମାନ କରିଛି । ଏଭଳି କ୍ଷେତ୍ରରେ ଇନକମ ଟ୍ୟାକ୍ସ ବା ଆୟକର ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ତଦନ୍ତ କରିବାର ଆବଶ୍ୟକତା ରହିଛି। ​ ତେଣୁ ଆୟ ନଥାଇ ଏତେ ଟଙ୍କା କୁଆଡୁ ଆସିଲା, ତାହାର ସଠିକ ତଦନ୍ତ ହେଉ, ସେଥିପାଇଁ ଭିଜିଲାନ୍ସ ଚିଠି ଲେଖିଛି।

ଭିଜିଲାନ୍ସ ଏହି ମାମଲାରେ ମନି ଲଣ୍ଡରିଂ ଓ ଆୟକର ଦାଖଲର ତଦନ୍ତ ଲାଗି ଇନକମ୍ ଟ୍ୟାକ୍ସ ଓ ଇଡିକୁ ସୁପାରିସ୍ କରିଛି। ଘରୋଇ ବ୍ୟାଙ୍କରେ ବିପୁଳ ଅର୍ଥ ଜମା ନେଇ ୩ ବ୍ୟାଙ୍କର ଅଧିକାରୀଙ୍କୁ ଏସଆଇଟି ପଚରାଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.