ଭିଜିଲାନ୍ସ ଜାଲରେ ଗ୍ରାମ ରୋଜଗାର ସେବକ, ଲାଞ୍ଚ ନେଉଥିବା ବେଳେ ଜିଆରଏସଙ୍କୁ କାବୁକଲା ସ୍ବତନ୍ତ୍ର ଟିମ୍‌

Published By : Prameya-News7 Bureau | April 09, 2021 IST

କଳାହାଣ୍ଡି ୦୯/୦୪ : ଭିଜିଲାନ୍ସ ପଞ୍ଝାରେ ଗ୍ରାମ ରୋଜଗାର ସେବକ । କେସିଙ୍ଗା ବ୍ଲକ କାନ୍ତେଶୀର ପଂଚାୟତ ଜିଆରଏସ ଜୟଚନ୍ଦ୍ର ଜାଲ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଗାଈ ଗୁହାଳ ବିଲ୍ ପାସ୍ ପାଇଁ ଜିଆରଏସ ଜୟଚନ୍ଦ୍ର ଜାଲ ଲାଞ୍ଚ ନେଉଥିଲେ । ଲାଞ୍ଚୁଆ ଜିଆରଏସଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଡିଏସପି ସତ୍ୟବାନ୍ ମହାନନ୍ଦ ।

ସୂଚନା ଅନୁସାରେ,ଗାଈ ଗୁହାଳ ପାଇଁ ବିଲ ପାସ୍‌ କରାଇଦେବାକୁ କହି କୁର୍ଲୁପଡାର ବିଜୟ କୁମାର ସାହୁଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଜିଆରଏସ ଜୟଚନ୍ଦ୍ର ଜାଲ । ଏ ନେଇ ବିଜୟ କୁମାର ଅଭିଯୋଗ କରିବା ପରେ ଜାଲ ବିଛାଇଥିଲା ଭିଜିଲାନ୍ସ ଏବଂ ଲାଞ୍ଚ ନେଉଥିବା ବେଳେ ସଂପୃକ୍ତ ଜିଆରଏସଙ୍କୁ କାବୁ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.