ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ପାଟଣା ବନଖଣ୍ଡର ଫରେଷ୍ଟର ଶଶୀଭୁଷଣ ବାରିକ
19/11/2018 at 1:02 PM

କେନ୍ଦୁଝର ୧୯|୧୧: ଭିଜିଲାନ୍ସ ଜାଲରେ ଫରେଷ୍ଟର । କେନ୍ଦୁଝର ଜିଲ୍ଲା ପାଟଣା ବନଖଣ୍ଡର ଫରେଷ୍ଟର ଶଶୀଭୁଷଣ ବାରିକଙ୍କ ଘର ଓ ଅଫିସରେ ଭିଜିଲାନ୍ସ ଚଢାଉ କରିଛି । ଆଜି ସକାଳୁ ଭିଜିଲାନ୍ସର ୪ ଟି ଟିମ୍ ଶଶୀଭୁଷଣଙ୍କ କେନ୍ଦୁଝର ସ୍ଥିତ ବାସଭବନ, ଖୋଳପା ସ୍ଥିତ ପୈତୃକ ଘର, ପାଟଣା ସ୍ଥିତ କାର୍ଯ୍ୟାଳୟ ଓ ଘରେ ଚଢାଉ ଜାରି ରହିଛି। ଶଶୀଭୁଷଣ ଗତ ପାଞ୍ଚ ମାସ ହେବ ପାଟଣାରେ ଯୋଗ ଦେଇଥିଲେ। ଏହା ପୁର୍ବରୁ ସେ ନରଣପୁର ଫରେଷ୍ଟ ବିଟ୍ ରେ କାର୍ଯ୍ୟରତ ଥିଲେ। ସେ ସମୟରୁ ତାଙ୍କ ନାଁ ରେ ଆୟ ବର୍ହିଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।