ଚଣ୍ଡିଖୋଲ: ରମ୍ଭାଦେଇପୁର ଘାଇ ପରିଦର୍ଶନ କଲେ ଭିଜିଲାନ୍ସ ଟିମ୍‌

Published By : Prameya-News7 Bureau | January 22, 2021 IST

ଚଣ୍ଡିଖୋଲ୨୨/୧:  ସତରେ କଣ ରମ୍ଭାଦେଇପୁର୍ ଘାଇ ମନୁଷ୍ଯକୃତ! ଏହାର ସତ୍ୟତା ପରଖିବାକୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ରାଜ୍ୟ ଭିଜିଲାନ୍ସ ବିଭାଗର ଏକ ଟିମ୍ ଆଜି ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ରମ୍ଭାଦେଇପୁର୍ ଘାଇ ଅନୁଧ୍ୟାନ କରିଛନ୍ତି। ଗତବର୍ଷ ଅଗଷ୍ଟ ୨୮ ତାରିଖରେ ପ୍ରଳୟଙ୍କରୀ ବନ୍ୟାରେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ରମ୍ଭାଦେଇପୁର୍ ଅଞ୍ଚଳରେ ଘାଇ ଭାଙ୍ଗି ଶତାଧିକ ଚାଷଜମି ଜଳମଗ୍ନ ହୋଇଥିଲା। ଏଥିସହ ହଜାର ହଜାର ହେକ୍ଟର ଫସଲ ନଷ୍ଟ ହୋଇଥିଲା।

ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ଏହି ଘାଈ ମନୁଷ୍ଯ କୃତଥିଲା। ଏ ନେଇ ସ୍ଥାନୀୟ ଜଣେ ବିଧାୟକଙ୍କୁ ଦାୟି କରିଥିଲେ ସ୍ଥାନୀୟ ଲୋକେ। ଯାହାର ତଦନ୍ତ ଦାୟିତ୍ବ ରାଜ୍ୟ ଭିଜିଲାନ୍ସ ବିଭାଗକୁ ଦିଆଯାଇଛି। ଆଜିର ଏହି ଅନୁଧ୍ୟାନରେ ଜନସମ୍ପଦ ମୁଖ୍ୟ ଶିଶିର ପଟ୍ଟନାୟକ , କଟକ ଭିଜିଲାନ୍ସ ସହକାରୀ ଏସପି ହର ନାରାୟଣ ପତି, ଭିଜିଲାନ୍ସ ଟେକ୍ନିକାଲ୍ ମୁଖ୍ୟ ରଞ୍ଜନ ଦାହ୍ ପ୍ରମୁଖ ଏହି ୩୦୦ ମିଟର ଘାଇର ସମସ୍ତ ଦିଗକୁ ଅନୁଧ୍ୟାନ କରି ଫେରି ଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.