ଭିଜିଲାନ୍ସ ଜାଲରେ ପାହାଳ ଫାଣ୍ଡି ଏଏସଆଇ, ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁକଲା ଟିମ୍‌

Published By : Prameya-News7 Bureau | April 15, 2021 IST

ବାଲିପାଟଣା ୧୫/୦୪ : ଭିଜିଲାନ୍ସ  ଜାଲରେ ବାଲିଅନ୍ତା ଥାନା ପାହାଳ ଫାଣ୍ଡି ପୋଲିସ୍ ବାବୁ । ଲାଞ୍ଚ ନେଲା ବେଳେ ପାହାଳ ଫାଣ୍ଡି ଏଏସଆଇ ପ୍ରଦୀପ କୁମାର ପ୍ରଧାନଙ୍କୁ ଭିଜିଲାନ୍ସ ଟିମ୍ କାବୁ କରିଥିବା ସୂଚନା ମିଳିଛି । ଏକ ଜମିଜମା ବିବାଦ ମାମଲାକୁ କୋହଳ କରିବା ପାଇଁ ଏସଆଇ ୩୦୦୦ ଟଙ୍କା ଲାଞ୍ଚ ନେଉଥିଲେ । ସନ୍ଦୀପ ପତ୍ରୀଙ୍କ ଅଭିଯୋଗ କ୍ରମେ ପ୍ରଦୀପଙ୍କୁ ଟ୍ରାକ୍ କରିଥିଲା ଭୁବନେଶ୍ଵର ଭିଜିଲାନ୍ସ ଟିମ୍ । ସନ୍ଦୀପଙ୍କ ଠାରୁ ୩୦୦୦ ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ କାବୁ କରିଥିଲା । ପ୍ରଦୀପଙ୍କୁ ଅଟକ ରଖି ଅଧିକ ପଚରା ଉଚରା କରୁଛି ଭିଜିଲାନ୍ସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.