କାଜୁ ଗଛ ପ୍ଲାଣ୍ଟେସନ୍‌ରେ ଦୁର୍ନୀତି ଅଭିଯୋଗ, ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ

Published By : Prameya-News7 Bureau | November 12, 2020 IST

ପାଟଣା ୧୨।୧୧ : ଭିଜିଲାନ୍ସ ଟିମ୍ ପକ୍ଷରୁ ତଦନ୍ତ ଆରମ୍ଭ । କାଜୁ ଗଛ ପ୍ଲାଣ୍ଟେସନ ନାଁରେ ଘୋଟାଲା ହୋଇଥିବା ଅଭିଯୋଗ ଆସିଥିଲା । ଯାହାପରେ ଲୋକାୟୁକ୍ତ ଭୁବନେଶ୍ୱରଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ଟିମ୍‌ ତଦନ୍ତ ଆରମ୍ଭ କରିଛି । କେନ୍ଦୁଝର ଭିଜିଲାନ୍ସ  ଡ଼ି,ଏସ,ପି ଦେବଦତ୍ତ ସେଠ୍ ଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଛି।

{"id":360364,"sizeSlug":"large"}

ଖବର ଅନୁଯାୟୀ,  ୨୦୧୬-୧୭ ଆର୍ଥିକ ବର୍ଷରେ ଜଳବିଭାଜିକା ତରଫରୁ କୋଟି କୋଟି ଟଙ୍କା ବ୍ୟୟରେ ପାଟଣା ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ଲାଣ୍ଟେସନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।  ଜଳ ବିଭାଜିକା ବିଭାଗରେ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ  ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ  ଛାନ୍ ଭିନ୍ ଆରମ୍ଭ ହୋଇଛି। ପାଟଣା ବ୍ଲକର ବିଭିନ୍ନ ଜାଗାରେ  ଚାରା ରୋପଣ କରାଯାଇଥିବା ସ୍ଥାନରେ ବର୍ତ୍ତମାନ କେତେକ ସ୍ଥାନରେ  କାଜୁ ଗଛ ନଥିବା, ଏବଂ  ଆଉ  କେତକ ସ୍ଥାନରେ ଗଛ ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉନଥିବାରୁ ଗଛ ଗୁଡିକ ନଷ୍ଟ ହୋଇଯାଇଥିବା ଅଭିଯୋଗ ଆସିଥିଲା ।

{"id":360366,"sizeSlug":"large"}

ଗଛ ଲଗାଇବା ଓ ରକ୍ଷଣାବେକ୍ଷଣ ବାବଦରେ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିଲା । ଏହାପରେ କେନ୍ଦୁଝର ଭିଜିଲାନ୍ସ  ପକ୍ଷରୁ ପାଟଣା ବ୍ଲକର ମଙ୍ଗଳପୁର , ଡୁମୁରିଆ , ସଡଙ୍ଗବାହାଳୀ ଓ କେତାଙ୍ଗ ଆଦି ଗାଁରେ ଛାନ୍‌ଭିନ୍ ଆରମ୍ଭ ହୋଇଛି ।  ଭିଜିଲାନ୍ସ ପକ୍ଷରୁ ସ୍ଥାନୀୟ ରାଜସ୍ୱ ବିଭାଗ,  ଜଙ୍ଗଲ ବିଭାଗ , ଉଦ୍ୟାନ କୃଷି ବିଭାଗ ଓ ଜଳବିଭାଜିକାର କର୍ମଚାରୀ ଙ୍କ ଉପସ୍ଥିତିରେ ତଦନ୍ତ ଆରମ୍ଭ  ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.