ସେଲ୍‌ରେ କୁବେର ଆଇଏଫଏସ୍ ଅଭୟକାନ୍ତ : ଡ୍ରାଇଭରକୁ ଜେରା , ପୁତୁରାକୁ ଭିଜିଲାନ୍ସର ସମନ

Published By : Prameya-News7 Bureau | December 01, 2020 IST

ଭୁବନେଶ୍ୱର 0୧।୧୨ : ଜେଲ୍‌ର ସେଲ୍ ଭିତର କୁବେର ଆଇଏଫଏସ୍ ଅଭୟକାନ୍ତ ।  କୁବେର ଆଇଏଫଏସଙ୍କ ବେନାମୀ ସମ୍ପତ୍ତି ନେଇ ଛାନ୍‌ଭିନ୍ ଜାରି ରଖିଛି । ଏହିପରିପେକ୍ଷୀ ଆଜି ଭିଜିଲାନ୍ସ ଟିମ୍‌ ଅଭୟଙ୍କ ବାସଭବନରେ ଛାନ୍‌ଭିନ୍ କରୁଛି । ଅଭୟକାନ୍ତଙ୍କ ଘରେ ଭିଜିଲାନ୍ସର ୧୦ଜଣିଆ ଟିମ୍‌ ଚଢାଉ ଜାରି ରଖିଛି । ଅନ୍ୟପଟେ ତାଙ୍କ ଡ୍ରାଇଭର ଓ ୫ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍‌ । ୫ଟି ବ୍ଯାଙ୍କ କର୍ମଚାରୀଙ୍କୁ ପୂର୍ବରୁ କରାଯାଇଥିଲା ସମନ । ସେହିପରି ପୁତୁରା ହର୍ଷ ପାଠକଙ୍କୁ ଜେରା ପାଇଁ ସମନ ମଧ୍ୟ କରିଛି କ୍ରାଇମବ୍ରାଞ୍ଚ ।

{"id":370672,"sizeSlug":"large"}

ଜଙ୍ଗଲ ବାବୁ ଅଭୟ ପାଠକ ଓ ତାଙ୍କ ପୁଅ ଅକାଶ ପାଠକଙ୍କ ଅମାପ ସମ୍ପତ୍ତି ନେଇ ଛାନଭିନ ଜାରି ରଖିଛି ଭିଜିଲାନ୍ସ ସେଲ୍‌ । ଆଜି ପଞ୍ଚମ ଦିନରେ ଭିଜିଲାନ୍ସ ସେଲ୍‌ର ତଦନ୍ତ କରୁଛି । ଅଭୟଙ୍କ ଡ୍ରାଇଭର ଜୁମାରାତ୍‌ ଡାକି ପଚରାଉଚୁରା କରୁଛି ଭିଜିଲାନ୍ସ ସେଲ୍‌ । ତଦନ୍ତ ବେଳେ ଡ୍ରାଇଭର ଜୁମାରାତ୍‌ଙ୍କ ପିପିଲିସ୍ଥିତି ଘରୁ ୨୦ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।  ସେପଟେ ବାପ-ପୁଅଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ସ୍କାନରକୁ ଆଣିପାରେ ଭିଜିଲାନ୍ସ ସେଲ୍ । ଗତ ୨୭ତାରିଖରେ ଅଭୟକାନ୍ତ ଓ ପୁଅ ଆକାଶକୁ ଗିରଫ କରାଯାଇଥିଲା । ଆୟ ବହିର୍ଭୂତ  ସମ୍ପତ୍ତି ଓ ଦୁର୍ନୀତି ଅଭିଯୋଗ ଉପରେ ଚାଲିଛି ତଦନ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.