Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଭିଜିଲାନ୍ସ ଜାଲରେ ମହିଳା ସିଡିପିଓ: ଅଙ୍ଗନବାଡି କର୍ମୀଙ୍କଠୁ ନେଉଥିଲେ ଲାଞ୍ଚ

3/12/2020 at 6:22 PM

କଳାହାଣ୍ଡି୩/୧୨: ଭିଜିଲାନ୍ସ ଜାଲରେ କୋକସରା ସିଡିପିଓ। ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ। ହାତରେ ଧରା ପଡିଛନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରୀ ଜୟନ୍ତୀ ମହାନ୍ତି ଲାଞ୍ଚ ନେଉଥିଲେ।

ମିଳିଥିବା ସୂଚନା ଅନୁସାରେ, ସୁନାମାଲ ଅଙ୍ଗନବାଡି କର୍ମୀ ଆରତୀ ଧଙ୍ଗଡାମାଝୀଙ୍କ ୩ ମାସର ଦରମା କରାଇ ଦେବା ଲାଗି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଆରତୀ ପୂର୍ବରୁ ଏ ସଂପର୍କରେ ଭିଜିଲାନ୍ସ ଅଧିକାରୀଙ୍କ ଅବଗତ କରିଥିଲେ।

ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ଟିମ୍ ଛପି ରହିଥିଲା, ଲାଞ୍ଚ ନେବା ବେଳେ ସିଡିପିଓ ଜୟନ୍ତୀ ମହାନ୍ତିଙ୍କୁ ଭିଜିଲାନ୍ସ ଟିମ୍ ଧରିଥିଲା। ଏହା ସହ ସେ ରହୁଥିବା ସରକାରୀ କ୍ବାଟରରୁ ୬୯ ହଜାର ମଧ୍ୟ ଜବତ ମଧ୍ୟ କରିଛି କଳାହାଣ୍ଡି ଭିଜିଲାନ୍ସ। ଲାଞ୍ଚ ନେବା ବେଳେ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ ତାଙ୍କୁ ଧରିଥିଲା। ବର୍ତ୍ତମାନ ଜୟନ୍ତୀ ମହାନ୍ତିଙ୍କୁ କଳାହାଣ୍ଡି ଭବାନୀପାଟଣା ନିଆଯାଇଥିବା ସୂଚନା ମିଳିଛି।

   Related Posts