ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ

Published By : Prameya-News7 Bureau | October 17, 2021 IST

ବ୍ରହ୍ମପୁର ୧୭/୧୦: ଗୋପାଳପୁର ବିଧାୟକ ତଥା ବିଜେଡିରୁ ବହିଷ୍କୃତ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରି ୨୦ ଲକ୍ଷ ଟଙ୍କା ଜବତ କରିଛି । ଏଥି ସହିତ ବହୁତ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି । ଆଜି ସକାଳେ ପ୍ରଦୀପଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । କେବଳ ସେତିକି ନୁହେଁ ତାଙ୍କ ସହଯୋଗୀ ଓ ସଂପର୍କୀୟଙ୍କ ସମେତ ୧୫ ଜଣଙ୍କ ଘର ଉପରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ ।

ଭିଜିଲାନ୍ସର ଚଢ଼ାଉ ତାଲିକାରେ ସହର ଏବଂ ସହର ଉପକଣ୍ଠ ଅଂଚଳ ରହିଥିଲା । ପ୍ରଥମେ ୩ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ପରେ ଅନ୍ୟ ସହଯୋଗୀଙ୍କ ଘରେ ଚଢ଼ାଉ କରାଯାଇଥିଲା । ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.