କୋଟିପତି ସିନିୟର କ୍ଲର୍କ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍
9/04/2021 at 11:49 AM

ଭୁବନେଶ୍ୱର ୯/୪: ଭିଜିଲାନ୍ସ ଜାଲରେ କୋଟିପତି ସିନିୟର କ୍ଲର୍କ । ଚିଫ କଞ୍ଜର ଭେଟର ଅଫିସର ସିନିଅର କ୍ଲର୍କ ଦିଲ୍ଲୀପ କୁମାର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ । ଏକକାଳୀନ ବାସଭବନ ସମେତ ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଭୁବନେଶ୍ୱର ଘାଟିକିଆରେ ଏକ ସରକାରୀ ବାସଭବନ, ଜାଗମରା ମାଲିକ କମ୍ପ୍ଲେକ୍ସ ସହ ଏକ ତିନି ମହଲା ଘରେ ରେଡ୍ କରାଯାଇଛି । ସେହିପରି ଢେଙ୍କାନାଳରେ ଥିବା ଘର ଓ କଟକ ଅଫିସରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ ସେଲ୍ । ତେବେ ଚଢାଉ ପରେ ଜଣାପଡିବ ଜବତ୍ ସମ୍ପତ୍ତିର ମୂଲ୍ୟ ।
Related Posts
କରୋନାର ଦ୍ୱିତୀୟ ଲହର ନେଇ ଢେଙ୍କାନାଳରେ ଯାଞ୍ଚ କଡାକଡି
13 April 2021