ଭିଜିଲାନ୍ସ ଜାଲରେ କୋଟିପତି କିରାଣୀବାବୁ

Published By : Prameya-News7 Bureau | December 18, 2019 IST

ଭୁବନେଶ୍ବର୧୮/୧୨: ଭିଜିଲାନ୍ସ ଜାଲରେ ବିଡିଏର କୋଟିପତି କିରାଣୀବାବୁ । ସେକ୍ସନ ଅଫିସର ବିଭୁତୀ ଭୁଷଣ ରାୟଙ୍କ ଘର ଉପରେ ବୁଧବାର ଏକ ସମୟରେ ପାଞ୍ଚଗୋଟି ସ୍ଥାନରେ ଚଢାଉ କରିଥିଲା ଭୁବନେଶ୍ବର ଭିଜିଲାନ୍ସ ସ୍କ୍ବାର୍ଡ । ମଞ୍ଚେଶ୍ବର ଥାନା ଅଧିନରେ ଥିବା ଜିଜିପି କଲୋନିରେ ୬୨୧--୨୦୦୮ ରେ ଥିବା ଏକ ତିନି ମହଲା କୋଠା । ଯେଉଁଠାରେ ନିଜ ଝିଅ ଜ୍ବାଇଁଙ୍କ ସହିତ ରହୁଥିଲେ ବିଭୁତି ।

ସେହିଭଳି ଭିଜିଲାନ୍ସ ପକ୍ଷରୁ ବିଭୁତିଙ୍କ ଘର ଖାନତଲାସି ବେଳେ ୨୧ଟି ବ୍ୟାଙ୍କରେ ଥିବା ପାସବୁକ ଯେଉଁଥିରେ ଲକ୍ଷାଧିକ ଟଙ୍କା ଥିବା ଜାଣିବାକୁ ପାଇଛି । ୟୁକୋ ବ୍ୟାଙ୍କରେ ଥିବା ଲକ୍କର , ପଚାସ ଲକ୍ଷ ଟଙ୍କାର ଏଲଆଇସି ଓ ଅନ୍ୟନ ଇନ୍ସୁରାନ୍ସର ବଣ୍ଡ , ସୌଖିନ କାର , ବାଇକ ରହିଛି । ସେହିଭଳି ପ୍ଲଟ ନମ୍ବର ଇ ୩୫ରେ ତିନି ମହଲା କୋଠା ଇଏ ୨୩ରେ ଥିବା ତିନି ମହଲା କୋଠା ସହିତ ବହୁ ଜମି ପଟ୍ଟା ଦବତ ହୋଇଛି। ଯାହାର ଆନୁମାନିକ ମୁଲ୍ୟ ଦେଢ କୋଟିରୁ ଅଧିକ ହେବ ବୋଲି ଭିଜିଲାନ୍ସ ଆକଳନ କରିଛି । ତେବେ ବିଭୁତି ଙ୍କ କହିବା କଥା ତାଙ୍କୁ ତାଙ୍କ ଅଫିସର କର୍ମଚାରୀ ଫସାଇ ଦେଇଛନ୍ତି ।

ପୁର୍ବରୁ ୨୦୦୬ ମସିହାରେ ମଧ୍ୟ ବିଭୁତିଙ୍କ ଘର ଉପରେ ଭିଜିଲାନ୍ସ ଚଢାଉ କରିଥିଲା । ହେଲେ ସେତେବେଳେ ଭିଜିଲାନ୍ସ କିଛି ପାଇ ନ ଥିବା ଦର୍ଶାଇଥିଲା । ତେବେ ୨୦୦୬ରୁ ଆଜି ପର୍ଯ୍ୟନ୍ତ କିଭଳି କାର୍ଯ୍ୟ କଲେ ଯେଉଁଥିରେ ଏତେ ସମ୍ପତିର ମାଲିକ ହୋଇପାରିଲେ ବିଭୁତି । ଏବେବି ଭିଜିଲାନ୍ସ ବିଭାଗ ଚଢାଉ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.