Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଂଚାୟତ ଅଫିସରେ ଭିଜିଲାନ୍ସ ବିଭାଗର ଚଢ଼ାଉ

29/07/2019 at 1:22 PM

ବାଲେଶ୍ଵର  ୨୯/୭: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ମାଟିଆଳି ପଂଚାୟତ ଅଫିସରେ ଆଜି ଭିଜିଲାନ୍ସ ବିଭାଗର ଚଢ଼ାଉ ହୋଇଛି।୨୦୦୮-୦୯ ମସିହାରେ ଚଂଚକତା କରି ବହୁ ଇନ୍ଦିରାବାସ ଘର ନିର୍ମାଣ  ନକରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା।ଏବେ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ସାମିଲ ନହେବା ନେଇ ଗାଁରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ସେହିପରି ଏହି ପଂଚାୟତରେ ବେଆଇନ ଭାବେ ମଧ୍ୟ ଉନ୍ନୟନମୂଳକ କାର୍ଯ୍ୟ ହେଉଥିବା ବେଳେ ପଂଚାୟତ ନିର୍ବାହି ଅଧିକାରୀ,ଯନ୍ତ୍ରୀ କୌଣସି ଅଭିଯୋଗ ଶୁଣୁନାହାନ୍ତି।ତେଣୁ ଗ୍ରାମବାସୀ ଏନେଇ ଭିଜିଲାନ୍ସର ଦ୍ବାରସ୍ଥ ପରେ ଆଜି ଏହି ଚଢ଼ାଉ ହୋଇ କାଗଜପତ୍ର ଯାଞ୍ଚ କରାଯାଉଥିବା ଜଣାପଡିଛି ।

   Related Posts