Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

କୋଟିପତି ଶିକ୍ଷୟତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ, ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗ

21/09/2019 at 2:34 PM

ବାଲେଶ୍ଵର   ଟାଉନ ଥାନା ଅନ୍ତର୍ଗତ ବଙ୍କା ଖଜୁରୀ ଅଞ୍ଚଳର ଜଣେ  ପ୍ରାଥମିକ ଶିକ୍ଷୟିତ୍ରୀଙ୍କ ଘରେ ଭିଜିଲାନ୍ସ ଚଡାଉ କରିଛି।  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ  ବାଲେଶ୍ଵର ଭିଜିଲାନ୍ସ ଏହି ଚଢ଼ାଉ କରିଛି।

ସଦର ଥାନା କଞ୍ଚନିବାଗ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ନାୟକଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଭିଜିଲାନ୍ସ ୫ଟି ଜାଗାରେ ଚଡାଉ କରିଥିଲା। ଶ୍ରୀମତୀ ନାୟକଙ୍କ ଘର ସମେତ ଶ୍ୱଶୁର ଘର ବଡ଼କିଆ, ବାପା ଘର ସୁଠଙ୍ଗ, ଗୁଡୁପାଇ ଚିଙ୍ଗୁଡ଼ି ଫାର୍ମ, ଆଇଟିଆଇ ଛକରେ ଥିବା ପୁତୁରାଙ୍କ ଘରେ ଏକକାଳୀନ ଚଢ଼ାଉ କରାଯାଇଛି।

ଚଢ଼ାଉ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ, ବୀମା କାଗଜ ପତ୍ର ଆଦି ଜବତ ହୋଇଛି।ତାଙ୍କ ନାଁରେ ରହିଥିବା ଘରର ଦାମ କୋଟି କୋଟି ଟଙ୍କାର ଗର ରହିଛି । ସୂଚନାଯୋଗ୍ୟ ଯେ, ଶିକ୍ଷୟତ୍ରୀଙ୍କ ସ୍ବାମୀ ଜଣେ ଚିଙ୍ଗୁଡି ବ୍ୟବସାୟୀ ।

   Related Posts