ଭିଜିଲାନ୍ସ କବ୍‌ଜାରେ ୨ ପ୍ରଦୂଷଣ ବିଭାଗ ଅଧିକାରୀ, ବାସଭବନରେ ଚଢ଼ାଉ ଜାରି

Published By : Prameya-News7 Bureau | October 09, 2021 IST

ଭୁବନେଶ୍ୱର, ୦ ୯/୧୦: ଭିଜିଲାନ୍ସ ଜାଲରେ ଦୁଇ ଓଏସ୍‌ପିସିବି ଅଧିକାରୀ । ରାଉରକେଲା ଆଞ୍ଚଳିକ ପଲ୍ୟୁସନ୍‌ ଅଧିକାରୀ ଡଃ ପିକେ ମହାପାତ୍ରଙ୍କୁ ଭିଜିଲାନ୍ସ ଧରିଛି । ତାଙ୍କ ଠାରୁ ୧ ଲକ୍ଷ ୭୫ ହଜାର ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ରାଉରକେଲାରୁ ଭୁବନେଶ୍ୱର ଘରକୁ ଫେରୁଥିବା ବେଳେ ଏହି ଚଢ଼ାଉ ହୋଇଛି । ଡଃ ମହାପାତ୍ରଙ୍କର ଭୁବନେଶ୍ୱର ସ୍ଥିତ ସୁନ୍ଦରପଦା ବାସଭବନରେ ଏବେ ଚଢ଼ାଉ ଜାରି ରହିଛି ।

ସେହିପରି ଆଉଜଣେ ଓଏସ୍‌ପିସିବି ଅଧିକାରୀ ମଧ୍ୟ ଭିଜିଲାନ୍ସ କବ୍‌ଜାରେ ପଡ଼ିଛନ୍ତି । ବଲେଶ୍ୱର ଜିଲ୍ଲା ଅଞ୍ଚଳିକ ପଲ୍ୟୁସନ୍‌ ବିଭାଗ ଅଧିକାରୀ ନରତ୍ତୋମ ବେହାରଙ୍କୁ ଟାଙ୍ଗୀ ଛକରେ ୮୯ ହଜାର ଟଙ୍କା ସହିତ ଧରିଛି ଭିଜିଲାନ୍ସ । ନରୋତ୍ତୋମଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.