ଭିଜିଲାନ୍ସ ପଞ୍ଝାରେ GST ଆସିଷ୍ଟାଣ୍ଟ କମିଶନର, ଏକକାଳୀନ ୪ଟି ସ୍ଥାନରେ ରେଡ୍
22/12/2020 at 9:24 AM

ରାଉରକେଲା ୨୨।୧୨: ଜିଏସ୍ଟି ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ । ରାଉରକେଲା GST ଆସିଷ୍ଟାଣ୍ଟ କମିଶନର ଅଲେଖ ମହାନନ୍ଦଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ଛେଣ୍ଟସ୍ଥିତ ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲା GST ଆସିଷ୍ଟାଣ୍ଟ କମିଶନର ଅଲେଖ ମହାନନ୍ଦ ଘରେ ଭିଜିଲାନ୍ସ ରେଡ୍ କରିଛି । ଭିଜିଲାନ୍ସ ପକ୍ଷରୁ ଅଲେଖ ମହାନନ୍ଦଙ୍କ ଛେଣ୍ଡସ୍ଥିତ ବାସଭବନ ସହ ୪ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ତେବେ ଚଢାଉ ହୋଇଥିବା ସ୍ଥାନଗୁଡିକ ହେଉଛି- ଛେଣ୍ଡସ୍ଥିତ ଫେଜ-୧, ଏଲ୍- ୧୧୯ ବାସଭବନ ସହ କାର୍ଯ୍ୟାଳୟ ଏବଂ ଶଶୁର ଘରେ ରେଡ଼ ଜାରି ରହିଛି । ରାଉରକେଲା ଭିଜିଲାନ୍ସ ପକ୍ଷରୁ ୪ଟି ସ୍ବତନ୍ତ୍ର ଟିମ୍ ଏହି ରେଡ୍ରେ ସାମିଲ ଅଛନ୍ତି ।
Related Posts
ବଲାଙ୍ଗୀର ଜିଲ୍ଲାର ଚାଷୀ କରିବେ ଟ୍ରାକ୍ଟର- ବାଇକ୍ ରାଲି
25 January 2021
ନୀଳଗିରି: ଖେଳ ପଡିଆରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
25 January 2021
ରେଙ୍ଗାଲି: ଚୋରି ଟଙ୍କା ଫେରି ପାଇଲେ ଚାଷୀ
25 January 2021