Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଖୋଲୁଛି ପେଡ଼ି, ମିଳୁଛି ଅମାପ ସମ୍ପତ୍ତି : କୁବେର ପ୍ରତାପଙ୍କର ୨୨ ପ୍ଲଟ୍, ୫ କୋଠା

9/11/2021 at 1:50 PM

ଭୁବନେଶ୍ୱର ୦୯।୧୧: ପ୍ରତାପ ସାମଲଙ୍କ ଅମାପ ସମ୍ପତ୍ତି OPHWCର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ରହିଛି ଅମାପ ସମ୍ପତ୍ତି । ଯାହାକୁ ଦେଖି ଭିଜିଲାନ୍ସ ମଧ୍ୟ ତାଜୁବ ହୋଇଯାଇଛି । ଏବେ ସୁଦ୍ଧା କୁବେର ପ୍ରତାପ ସାମଲଙ୍କ ୨୨ଟି ପ୍ଲଟ ସହ ୫ଟି କୋଠାର ଠିକଣା ମିଳିଛି । ଭିଜିଲାନ୍ସ ପକ୍ଷରୁ ହୋଇଥିବା ଏକାଧିକ ସ୍ଥାନରେ ଚଢାଉରୁ ଏହି ଖୁଲାସା ହୋଇଛି ।

ଖବର ଅନୁଯାୟୀ, ଓଡିଶା ପୋଲିସ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜରଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ରେଡ଼୍‌ କରାଯାଇଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଭିଜିଲାନ୍ସ ୧୦ ରୁ ଅଧିକ ସ୍ଥାନରେ ଚଢାଉ ଜାରି ରଖିଛି । ଜଣେ ଅତିରିକ୍ତ ଏସ୍‌ଙ୍କ, ୫ଜଣ ଡିଏସ୍‌ପି , ୭ ଜଣ ଆଇଆଇସିଙ୍କ ଏହି ରେଡ଼୍‌ର ସାମିଲ କରାଯାଇଛି । ତେବେ ଏହି ଚଢାଉରୁ ବିପୁଳ ପରିମାଣର ସମ୍ପତ୍ତି ଥିବାର ନଜର ଆସିଛି । ଯାହାକି ଭିଜିଲାନ୍ସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି । ଏସବୁ ମଧ୍ୟରେ ଭୁବନେଶ୍ୱର ନୟାପଲି ଏନ୬’- ୪୧୬ରେ ତିନି ମହଲା ଘର, ଜୟଦେବ ବିହାର ଛକ ନିକଟରେ ୬ ମହଲା ଘର, ଖଣ୍ଡଗିରି ସରକନ୍ତାରେ ଏକ ମହଲା ଘର,  ଜୟଦେବ ବିହାର ନରେନ୍ଦ୍ର ଭିଲା ଆପର୍ଟମେଣ୍ଟରେ ଏକ ଫ୍ଲାଟ, ଭଦ୍ରକ ବାସୁଦେବପୁରରେ ୩ ମହଲା ବିଶିଷ୍ଟ ଆପାର୍ଟମେଂଟ, ବାଲେଶ୍ୱର ହରିପୁରର ପୈତୃକ ଘର, ଓଡିଶା ପୋଲିସ ହାଉସିଂ କର୍ପୋରେସନ ଅଫିସ , ଭୁବନେଶ୍ୱର ଗୋଠପାଟଣାରେ ପ୍ରତାପଙ୍କ ସ୍ତ୍ରୀ ନାମରେ ୫ମହଲାର ଘର ରହିଛି । ଭୁବନେଶ୍ୱରରୁ କେବଳ ୫ଟି ଘର ଠାବ ହୋଇଛି ।

ସେହିପରି  ଚଢାଉ ବେଳେ ବର୍ତ୍ତମାନ ସୁଦ୍ଧା ୧୧ଟି ବ୍ୟାଙ୍କ ଆକାଉଣ୍ଟ, ୩୮ ଲକ୍ଷ ୩୭ ହଜାର ଟଙ୍କା, ଅଧ କେଜି ସୁନା, ଦାମୀ ଗାଡି ଜବତ କରିଛି ଭିଜିଲାନ୍ସ । କେବଳ ଏତିକି ନୁହେଁ, ବରଂ ଏହାସହ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ଏକାଧିକ ପ୍ଲଟ ଓ ବ୍ୟାଙ୍କ ଲକର ଠାବ ହୋଇଥିବାର ସୂଚନା ମିଳିଛି ।

   Related Posts