ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ରେଡ୍

Published By : Prameya-News7 Bureau | September 08, 2021 IST

ପାଟଣାଗଡ ୦୮।୦୯: ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ । ମୁରିବାହଲ ବ୍ଲକ ଚଲକୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିସମ୍ବର ଭୋଇ । ତାଙ୍କ  ପାଟଣାଗଡ଼ସ୍ଥିତ ଗଙ୍ଗାନଗର ପଡ଼ା ଓ ନିଜ ବାସଭବନ ତମିଆଁରେ ଭିଜିଲାନ୍ସର ଚଢ଼ାଉ।  

{"id":507978,"sizeSlug":"full","linkDestination":"none"}

ଖବର ଅନୁଯାୟୀ,  ଭିଜିଲାନ୍ସ ଏସ୍‌ପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ ହୋଇଛି । ଏହି ଚଢାଉରେ  ବଲାଙ୍ଗିର ଇନ୍ସପେକ୍ଟର ସୁନିତା ବାଗେଙ୍କ ନେତୃତ୍ୱରେ  ସମ୍ବଲପୁର, ବରଗଡ଼ ଓ ସୋନପୁର ଭିଜିଲାନ୍ସ ବିଭାଗର କର୍ମଚାରୀ ସାମିଲ ଅଛନ୍ତି । ଚଢାଉରେ ଜବତ ହୋଇଥିବା ବିଭିନ୍ନ କାଗଜପତ୍ରକୁ ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କିଛି ସୂଚନା ମିଳିନାହିଁ ।

{"id":507979,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.