ଭିଜିଲାନ୍ସ ପଞ୍ଝାରେ ଆକାଉଣ୍ଟାଣ୍ଟ , ଏକକାଳୀନ ୩ଟି ସ୍ଥାନରେ ଚଢାଉ

Published By : Prameya-News7 Bureau | October 14, 2020 IST

ନବରଙ୍ଗପୁର ୧୪।୧୦: ଭିଜିଲାନ୍ସ ଜାଲରେ ସିନିୟର ଆକାଉଣ୍ଟାଣ୍ଟ । ନବରଙ୍ଗପୁର RMC ଅଫିସର ବରିଷ୍ଠ ଆକାଉଣ୍ଟାଣ୍ଟ ଅଶୋକ ନନ୍ଦଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ ହୋଇଛି । ଭିଜିଲାନ୍ସ ପକ୍ଷରୁ ୩ଟି ଟିମ୍‌ ଏକାସାଙ୍ଗରେ ୩ଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଯେପରି  ଇଛବତୀ ଗୁଡାସ୍ଥିତ ବାସଭବନ, ଗାନ୍ଧିନଗର ବାସଭବନ ଓ RMC କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.