ଭିଜିଲାନ୍ସ ପଞ୍ଝାରେ R & B ଡିଭିଜନର ଯନ୍ତ୍ରୀ, ଏକାକାଳୀନ ୫ଟି ସ୍ଥାନରେ ରେଡ୍

Published By : Prameya-News7 Bureau | October 21, 2020 IST

ଖୋର୍ଦ୍ଧା ୨୧।୧୦: ଭିଜିଲାନ୍ସ ଜାଲରେ ଭୁବନେଶ୍ବର R & B ଡିଭିଜନ୍‌ର ଯନ୍ତ୍ରୀ । ଏକା ସାଙ୍ଗରେ ବିଭିନ୍ନ ସ୍ଥାନରେ ରେଡ୍‌ ଜାରି ରଖିଛି ଭିଜିଲାନ୍ସ ।

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ । R & B ଡିଭିଜନ୍‌ର ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ । ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରହିଛି । ତେବେ ଚଢାଉ ହେଉଥିବା ସ୍ଥାନଗୁଡିକ ହେଉଛି , ଭୁବନେଶ୍ବର ସ୍ଥିତ ଅଫିସ, ଭୁବନେଶ୍ବର ୟୁନିଟ-୬ ଗଙ୍ଗନଗରସ୍ଥିତ ୩ ମହଲା ଘର, ଗଞ୍ଜାମ ବଡଗଡସ୍ଥିତ ପୈତୃକ ଘର, ଗଞ୍ଜାମ ସୋରଡାସ୍ଥିତ ଶ୍ବଶୁର ଘର, ଗଞ୍ଜାମ ଗାନ୍ଧିନଗରସ୍ଥିତ ଘରେ ରେଡ୍ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.