ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର SDO, ଏକକାଳୀନ ୫ଟି ସ୍ଥାନରେ ରେଡ୍

Published By : Prameya-News7 Bureau | September 21, 2021 IST

କେନ୍ଦୁଝର ୨୧।୦୯: ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର SDO । କେନ୍ଦୁଝର ଜିଲ୍ଲା ବିଦ୍ୟୁତ ବିଭାଗର  SDO ମହେଶ୍ବର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ ଜାରି କରାଯାଇଛି । ଏକାସାଙ୍ଗରେ ବିଭିନ୍ନ ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ବିଦ୍ୟୁତ ବିଭାଗର SDO ମହେଶ୍ବର ସେଠୀଙ୍କ ଘରେ ଚଢାଉ ହୋଇଛି । ଅଫିସ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ତେବେ ଚଢାଉ ହେଉଥିବା ସ୍ଥାନ ଗୁଡିକ କେନ୍ଦୁଝର ସ୍ଥିତ ଅଫିସ, ସ୍ପଞ୍ଜ କଲୋନୀ ସ୍ଥିତ ବାସଭବନ, ରିମୁଳି ସ୍ଥିତ ଶ୍ବଶୁର ଘର, ଘଟଗାଁରେ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୨ଟି ସ୍ଥାନରେ ବିଲ୍ଡିଂ ଏବଂ ୩ଟି ସ୍ଥାନରେ ପ୍ଲଟ ଠାବ ହୋଇଥିବା ସୂଚନା ମିଳିଛି । ହେଲେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ତାହାର ସୂଚନା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.