ଭିଜିଲାନ୍ସ ପଞ୍ଝାରେ ଅବସରପ୍ରାପ୍ତ ଡ୍ରାଇଭର
30/12/2020 at 8:26 AM

କଳାହାଣ୍ଡି ୩୦।୧୨ : ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ଡ୍ରାଇଭର । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରବତୀ ଜଳପ୍ରକଳ୍ପର ଅବସରପ୍ରାପ୍ତ ଡ୍ରାଇଭର ରମେଶ ପଣ୍ଡାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ରେଡ଼୍ ଜାରି ରହିଛି ।
ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇନ୍ଦ୍ରବତୀ ଜଳପ୍ରକଳ୍ପର ଅବସରପ୍ରାପ୍ତ ଡ୍ରାଇଭର ରମେଶ ପଣ୍ଡାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି ରହିଛି । ଧର୍ମଗଡ଼ସ୍ଥିତି ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ଼ ଜାରି ରଖିଛି ଭିଜିଲାନ୍ସ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ପରିମାଣର ସଂପତ୍ତି ଜବତ ହୋଇଛି । ତାହା ସ୍ପଷ୍ଟ ହୋଇନାହିଁ । ଅନେକ ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି ।
Related Posts
ଜଙ୍ଗଲରେ ନିଆଁ, ଜଳିଗଲା ୧୫ ଶହରୁ ଅଧିକ ଗଛ
19 January 2021
ଉତ୍ତର ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର ପ୍ରଧାନ
19 January 2021
ଉଦଳା: ବାଇକ୍ ଡିକି ଭାଙ୍ଗି୨ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା
19 January 2021