Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଜୁନିୟର ଏକାଉଣ୍ଟାଣ୍ଟଙ୍କ ବାସଗୃହ ଓ କାର୍ଯ୍ୟାଳୟ ସମେତ ୪ ଟି ସ୍ଥାନରେ ଚଢ଼ାଉ: ଜବତ ହେଲା ୧ କୋଟି ୯୧ ଲକ୍ଷ ଟଙ୍କାର ସମ୍ପତ୍ତି

23/11/2020 at 11:14 PM

ବରଗଡ଼୨୩/୧୧: ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ସୋମବାର ବରଗଡ଼ ଜିଲ୍ଲା ଯୋଗାଣ ବିଭାଗର କନିଷ୍ଠ ହିସାବ ରକ୍ଷକ (ଜୁନିୟର ଏକାଉଣ୍ଟାଣ୍ଟ) କମ୍ବୁପାଣି ମିଶ୍ରଙ୍କ ବରଗଡ଼ ସ୍ଥିତ ଭଡାଘର, କାର୍ଯ୍ୟ।ଳୟ , ବଲାଙ୍ଗୀରସ୍ଥିତ ପୈତୃକ ବାସଗୃହ, ସୋନପୁର ଜିଲ୍ଲା ଡୁଙ୍ଗୁରିପାଲିସ୍ଥିତ ବାସଗୃହରେ ଏକ କାଳୀନ ୪ଟି ସ୍ଥାନରେ ବରଗଡ଼ ଓ ବଲାଙ୍ଗୀର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ ହୋଇଛି।

ଚଢ଼ାଉ ସମୟରେ ବ୍ୟାପକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି । ବଲାଙ୍ଗିର ଓ ସୋନପୁର ଜିଲାରେ ଦୁଇଟି ସ୍ଥାନରେ ଦୁଇ ମହଲା କୋଠା ଘର ରହିଛି, ଯାହାର ମୂଲ୍ୟ ୮୪ ଲକ୍ଷ ୨୭ ହଜାର ୭୫୯ ଟଙ୍କା , ବଲାଙ୍ଗୀର ସୋନପୁର ଜିଲ୍ଲାର ଉଭୟ ସ୍ଥାନରେ ୪୧ଟି ପ୍ଲଟ୍ ଯାହାର ମୂଲ୍ୟ ୩୬ ଲକ୍ଷ ୭୩ ହଜାର ୯୦୦ ଟଙ୍କା, ବିଭିନ୍ନ ବ୍ୟାଙ୍କରେ ୬୦ ଲକ୍ଷ ୭୩ ହଜାର ୯୩୪ ଟଙ୍କା , ନଗଦ ୬୬ ହଜାର ୧୬୧ ଟଙ୍କା ସହ ଆସବାବପତ୍ର ଓ ସୁନା ଗହଣାକୁ ମିଶାଇ ମୋଟ୍ ୧ କୋଟି ୯୧ ଲକ୍ଷ ୬୩ ହଜାର ୧୭୬ ଟଙ୍କାର ସମ୍ପତ୍ତି ଆକଳନ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ଏ ନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି ।

   Related Posts