Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ପାରାଦୀପ : ଟ୍ରେନ୍ ଲାଇନ୍ କଡରୁ ମୃତଦେହ ଉଦ୍ଧାର, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୯ କୋଭିଡ୍ ପଜିଟିଭ୍, ୩୩୭୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଳେଶ୍ବର : ମୋବାଇଲ୍ ଚୋରକୁ ଧରି ନିର୍ଧୁମ ଛେଚିଲେ ଗ୍ରାମବାସୀ
  • ||

ଭିଜିଲାନ୍ସ ଜାଲରେ ପୌର ପରିଷଦ ନିର୍ବାହୀ ଅଧିକାରୀ

7/07/2020 at 8:01 AM

ଝାରସୁଗୁଡା ୦୭।୦୭: ଭିଜିଲାନ୍ସ ଜାଲରେ ଦେବଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ। ଦେବଗଡ଼ ପୌରାଞ୍ଚଳର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ଭିଜିଲାନ୍ସ ରେଡ୍‌ । ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ।

ସୂଚନାଯୋଗ୍ୟ ଯେ, ବ୍ରଜରାଜନଗର ରାଜପୁର କଟାପାଲିରେ ଥିବା କୁଞ୍ଜବନଙ୍କ ଘରେ ଭିଜିଲାନ୍ସ ର ଏକ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଦେବଗଡ଼ ପୌର ପରିଷଦ କାର୍ଯ୍ୟାଳୟ, ସରକାରୀ ବାସଭବନ ଓ ବନ୍ଧବାହଲରେ ଥିବା ଶ୍ବଶୁର ଘରକୁ ମିଶାଇ ୪ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ। ଏହି ଚଢ଼ାଉ ଭିଜିଲାନ୍ସ ଡ଼ିଏସପି ବୀରେନ୍ଦ୍ର ନାଏକ ଓ ଦାଶରଥି ସେଠୀ ଙ୍କ ନେତୃତ୍ୱରେ ଚାଲିଥିବା ବେଳେ ୪ଟି ପୃଥକ ଟିମ ର ସଦସ୍ୟ ଚଢ଼ାଉ ଜାରୀ ରଖିଛନ୍ତି। ସଂଧ୍ୟା ସୁଦ୍ଧା ସଂପତ୍ତି ର ତଥ୍ୟ ମିଳି ପାରିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।

   Related Posts