Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଭିଜିଲାନ୍ସ ଜାଲରେ ପୋଲିସ ହାବିଲଦାର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

5/12/2019 at 10:06 AM

କେନ୍ଦୁଝର ୦୫।୧୨: ଭିଜିଲାନ୍ସ ଜାଲରେ ପୋଲିସ ବାବୁ ।  କେନ୍ଦୁଝର ଜିଲ୍ଲାର କାର୍ଯ୍ୟରତ ହାବିଲଦାର ଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସଭବନ ସମେତ ଚାରୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି ।

ସୂଚନାଯୋଗ୍ୟ ଯେ, ଆଜି ସକାଳୁ କେନ୍ଦୁଝର ଜିଲ୍ଲା ପୋଲିସରେ  କାର୍ଯ୍ୟରତ ହାବିଲଦାର ବିଶ୍ୱନାଥ ମହାନ୍ତଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ସହରର ଅରୋ ବିହାର ସ୍ଥିତ ବାସଭବନରେ କେନ୍ଦୁଝର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଏହା ସହ ତାଙ୍କ ନିଜ ପାଟଣା ଥାନା ଅଞ୍ଚଳର ବରଟୁନିଆ ସ୍ଥିତ ପୈତୃକ ବାସଭବନ ଓ ରେଙ୍ଗାଳବେଡା ସ୍ଥିତ ଶ୍ୱଶୁର ଘର ଓ  ଅଫିସରେ ମଧ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି ।

   Related Posts