Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଭିଜିଲାନ୍ସ ଜାଲରେ ଅଧ୍ୟାପକ, ଏକାସାଙ୍ଗରେ ୬ଟି ସ୍ଥାନରେ ରେଡ୍‌

19/10/2020 at 10:25 AM

ଗଜପତି ୧୯।୧୦: ଭିଜିଲାନ୍ସ ଜାଲରେ ଅଧ୍ୟାପକ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର ଅଧ୍ୟାପକ ଜି.ନାଗେଶ୍ୱର ରାଓଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି । ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧ୍ୟାପକ ଜି. ନାଗେଶ୍ୱର ରାଓଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି । ପାରଳାଖମୁଣ୍ଡିର ରଧାଗୋବିନ୍ଦ ନଗର ବାସଭବନ ସମତେ ୬ଟି ସ୍ଥାନରେ ଚଢାଉ ଜାରି ରହିଛି ।

ନାଗେଶ୍ୱର ବର୍ତ୍ତମାନ ଗଜପତି ଜିଲ୍ଲା ଗୁରାଣ୍ଡି ସ୍ଥିତ ମୀନକେତନ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ ଭିଜିଲାନ୍ସର ପ୍ରାଥମିକ ତଦନ୍ତରୁ ପ୍ରାୟ ୩୧ଲକ୍ଷ ଟଙ୍କାର କିଛି ବ୍ୟାଙ୍କ ବଣ୍ଡ ମିଳିଥିବା ସୂଚନା ମିଳିଛି । ଆଗକୁ ଆହରୁ ତଦନ୍ତ ଚାଲିଛି । ତେବେ ଭିଜିଲାନ୍ସର ସମ୍ପୁର୍ଣ୍ଣ ତଦନ୍ତ ପରେ ଜଣା ପଡିବ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ।

   Related Posts