Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଭିଜିଲାନ୍ସ ପଞ୍ଝାରେ କୋଟିପତି ଅଧ୍ୟାପକ, ବର୍ତ୍ତମାନ ସୁଦ୍ଧା ୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ

20/10/2020 at 7:46 AM

ଗଜପତି ୨୦।୧୦: ଭିଜିଲାନ୍ସ ପଞ୍ଝାରେ କୋଟିପତି ଅଧ୍ୟାପକ । ଅଧ୍ୟାପକ ଜି.ନଗେଶ୍ୱର ଆୟବର୍ହିଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨ କୋଟି ୮୩ ଲକ୍ଷ ୩୬ ହଜାର ୮୦୩ ଟଙ୍କାର ସମ୍ପତ୍ତି ଥିବା ଜଣାପଡିଛି । ଭିଜିଲାନ୍ସ ବିଭାଗର ଆକଳନ ଅନୁସାରେ ନାଗେଶ୍ୱର ରହୁଥିବା ୨ ମହଲା କୋଠା ଘରର ମୁଲ୍ୟ ୧ କୋଟି  ୫୨ ଲକ୍ଷ ୮୫ ହଜାର ଟଙ୍କା ହେବ।

ବେତଗୁଡା ଠାରେ ରଜିଥିବା ମାର୍କେଟ କମ୍ପ୍ଲେକ୍ସ ର ମୁଲ୍ୟ ୩୦ ଲକ୍ଷ ୯୦ ହଜାର ୩୬୪ ଟଙ୍କା, ୫୦ ଟି ପ୍ଲଟ ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ରହିଛି । ଯାହାର ମୂଲ୍ୟ ୨୩ ଲକ୍ଷ ୧୧ ହଜାର ୩୬୮ ଟଙ୍କା ହେବ । ସେହିପରି ବିଭିନ୍ନ ବ୍ୟାଙ୍କରେ ଜମା ରଖାଯାଇଛି ପ୍ରାୟ ୧୫ ଲକ୍ଷ ୩୯ ହଜାର ଟଙ୍କା ।  ସେହିପରି ସୁନା ଓ ରୁପା ଗହଣାର ମୁଲ୍ୟ ୯ ଲକ୍ଷ ୪୭ ହଜାର ଟଙ୍କା ହେବ ।

ଗୋଟେ ମାରୁତି କାର ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କା , ନିଜ ଘର କରଣ ଜିନିଷର ମୁଲ୍ୟ ୬୮ ଲକ୍ଷ  ୩ ହଜାର ଟଙ୍କା ହେବ ବୋଲି ଭିଜିଲାନ୍ସ ଟିମ୍ ସୂଚନା ଦେଇଛନ୍ତି । ତାଙ୍କର ଆହୁରି ଅଧିକ ସମ୍ପତ୍ତି ରହିଥିବା ଭିଜିଲାନ୍ସ ବିଭାଗ ସନ୍ଦେହ କରି ଅଧିକ ଖୋଳତାଡ ଜାରି ରଖିଛି ।

   Related Posts