ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଏକାସାଙ୍ଗେ ୩ଟି ସ୍ଥାନରେ ରେଡ୍‌

Published By : Prameya-News7 Bureau | October 11, 2021 IST

ଦେବଗଡ଼ ୧୧।୧୦: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଦେବଗଡ ତିଲେଇବଣୀ ବ୍ଲକର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିକାଶ କୁମାର ବେହେରା ଘରେ ଭିଜିଲାନ୍ସ ପକ୍ଷରୁ ରେଡ଼ ଜାରି ରହିଛି ।ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ରେଡ଼୍‌ କରୁଛି ଭିଜିଲାନ୍ସ ।

{"id":525395,"sizeSlug":"full","linkDestination":"none"}

ଖବର ଅନୁଯାୟୀ,  ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୩ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ବଳମ ଗାଁ ପୈତୃକ ବାସଭବନ, କଣ୍ଢଳ ଗାଁ ସ୍ଥିତ ଶ୍ବଶୁର ଘର, ତିଲେଇବଣୀ ବ୍ଲକ କାର୍ଯ୍ୟାଳୟରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ଏବେ ଯାଏଁ କେତେ ପରିମାଣର ସଂପତି ଜବତ ହୋଇଛି । ସେନେଇ କିଛି ସୂଚନା ମିଳିନାହିଁ ।

{"id":525396,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.