Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଭିଜିଲାନ୍ସ ଜାଲରେ ଷଷ୍ଠ ବାଟାଲିୟନ୍‌ ସିପାହୀ, ଘରୁ ମିଳିଲା ନଗଦ ୨ଲକ୍ଷରୁ ଅଧିକ ଟଙ୍କା

7/12/2021 at 9:54 AM

କଟକ ୦୭।୧୨: କଟକରେ ବଡ ଧରଣର ଭିଜିଲାନ୍ସ ଚଢ଼ାଉ । ଷଷ୍ଠ ବାଟାଲିୟନ ସିପାହୀ ସହଦେବ ପରିଡାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ରେଡ଼ ।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଷଷ୍ଠ ବାଟାଲିୟନ୍‌ ସିପାହୀ ସହଦେବ ପରିଡ଼ାଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି । ସହଦେବଙ୍କ ବାସଭବନ ସହ ପାଞ୍ଚଟି ସ୍ଥାନରେ ଚଢାଉ । ଏହି ସବୁ ସ୍ଥାନ ମଧ୍ୟରେ ସହଦେବଙ୍କ ସରକାରୀ କ୍ବାର୍ଟର, ତିଗିରିଆ ସ୍ଥିତ ୩ ମହଲା ବିଲ୍ଡିଂ, ଗଣ୍ଡରପୁର ସ୍ଥିତ ଘର, ପୁରୀ ଚନ୍ଦନପୁର ସ୍ଥିତ ପୈତୃକ ବାସଭବନ, ପୁରୀ ମାଳତୀପାଟପୁର ସ୍ଥିତ ଶ୍ବଶୁର ଘରେ ଚଢାଉ ଜାରି ରହିଛି ।

ତେବେ ଏହି ଚଢାଉରେ ୩ ଜଣ ଡିଏସପି, ୯ ଜଣ ଇନିସପେକ୍ଟର ସାମିଲ ଥିବା ସୂଚନା ରହିଛି । ବର୍ତ୍ତମାନ ସୁଦ୍ଧା ନଗଦ ୨ ଲକ୍ଷ ୯୪ ହଜାରରୁ ଅଧିକ ଟଙ୍କା ଜବତ ହୋଇଥିବାର ଖବର ମିଳିଛି । ଏହାସହ ୪ଟି ଦୁଇ ଚକିଆ, ୧୭ଟି ବ୍ୟାଙ୍କ ପାସବୁକ୍ ଜବତ ମଧ୍ୟ ହୋଇଛି ।

   Related Posts