ଭିଜିଲାନ୍ସ ପଞ୍ଝାରେ କିରାଣୀ, ଏକାସାଙ୍ଗେ ୭ଟି ସ୍ଥାନରେ ରେଡ୍

Published By : Prameya-News7 Bureau | November 12, 2020 IST

ଚଣ୍ଡିଖୋଲ ୧୨।୧୧: ଭିଜିଲାନ୍ସ ଜାଲରେ ସବ୍‌ରେଜିଷ୍ଟାର ଅଫିସର କିରାଣୀ । ଯାଜପୁର ଜିଲ୍ଲା ଧର୍ମଶାଳା ସବ୍‌ରେଜିଷ୍ଟାର ଅଫିସର କିରାଣୀ ରତ୍ନାକର ମହାନ୍ତିଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଚଢାଉ ଜାରି ରହିଛି ।

{"id":360298,"sizeSlug":"large"}

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କିରାଣୀ ରତ୍ନାକରଣ ମହାନ୍ତିଙ୍କ ଘରେ ରେଡ୍‌ ହୋଇଛି । ଏକାସାଙ୍ଗରେ ବାସଭବନ ସମେତ ୭ଟି ସ୍ଥାନରେ ଚଢାଉ ଜାରି ରହିଛି । ତେବେ ଚଢାଉରେ ନଗଦ ୯ ଲକ୍ଷ ଟଙ୍କା ୩୦୦ ଗ୍ରାମର ସୁନା ସହ ବହୁ ଗୁରୁତ୍ୱପୁର୍ଣ କାଗଜ ପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍‌ । ଭିଜିଲାନ୍ସ DSP ସୁରେନ୍ଦ୍ର କୁମାର ରାୟଗୁରୁଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ ଆଗାମୀ ସମୟରେ ଆହୁରି ବହୁ ଗୁରୁତ୍ୱପୁର୍ଣ ତଥ୍ୟ ମିଳିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.