୭ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ ରାଜସ୍ୱ ନିରୀକ୍ଷକ, ଗିରଫ କଲା ଭିଜିଲାନ୍ସ

Published By : Prameya-News7 Bureau | December 24, 2020 IST

ଚାନ୍ଦବାଲି ୨୪।୧୨ : ଲାଞ୍ଚ ନେଇ ଫସିଲେ ରାଜସ୍ୱ ନିରୀକ୍ଷକ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ କଇଥକୋଲାର ରାଜସ୍ୱ ନୀରିକ୍ଷକ ୭ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ।

ଖବର ଅନୁଯାୟୀ. କଇଥଖୋଲା ଗାଁର ସତ୍ୟବ୍ରତ ମାଇତି ଜମିଜମା କାଗଜପତ୍ର ପାଇଁ ବାରମ୍ବାର ଆର୍‌ଆଇ ଅଫିସକୁ ଦୌଡିଥିଲେ । ଶେଷରେ ପ୍ରତି କେସ୍‌ ପିଛା ୧ହଜାର ଟଙ୍କା ଦେଲେ କାମ ହୋଇଯିବ ବୋଲି ଆର୍‌ଆଇ କହିଥିଲେ । ରାଜସ୍ୱ ନୀରିକ୍ଷକ  ସତ୍ୟବ୍ରତଙ୍କୁ ୭ଟି  କେଶ୍ ପାଇଁ ୭ହଜାର ଟଙ୍କା ଦେବାକୁ କହିଥିଲେ। ଏନେଇ ସତ୍ୟବ୍ରତ ଭଦ୍ରକ ଭିଜିଲାନ୍ସକୁ ଜଣାଆଇଥିଲେ । ଯୋଜନା ମୁତାବିକ ଅଫିସରେ  ସତ୍ୟବ୍ରତ ଠାରୁ  ଲାଞ୍ଚନେବା ବେଳେ ଆର.ଆଇ କୃଷ୍ଣଚନ୍ଦ୍ର ଦାସକୁ କାବୁ କରିଥିଲା ଭିଜିଲାନ୍ସ ବିଭାଗ, ପରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଏହି ଚଢ଼ାଉରେ ଭଦ୍ରକ ଭିଜିଲାନ୍ସ ଡିଏସପିଙ୍କ ସମେତ ତିନିଜଣ କର୍ମଚାରୀ ସାମିଲ ରହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.