Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଭିଜିଲାନ୍ସ ପଞ୍ଝାରେ ସ୍ପେଶାଲ ପ୍ଲାନିଂ ଅଫିସର, ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ରେଡ୍

21/12/2020 at 8:59 AM

ବଲାଙ୍ଗିର ୨୧।୧୦ : ଭିଜିଲାନ୍ସ ପଞ୍ଝାରେ ସ୍ପେଶାଲ ପ୍ଲାନିଂ ଅଫିସର । ବଲାଙ୍ଗୀର ସ୍ପେଶାଲ ପ୍ଲାନିଂ ଅଫିସର ଜୀବାଦିଶ ପାତ୍ରଙ୍କ ଭିଜିଲାନ୍ସ ପକ୍ଷରୁ ରେଡ଼୍‌ କରାଯାଇଛି। ଏକା ସାଙ୍ଗରେ ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ୍‌ ଜାରି ରହିଛି ।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ସ୍ପେଶାଲ ପ୍ଲାନିଂ ଅପିସର ଜୀବାଦିଶ ପାତ୍ରଙ୍କ ଘରେ ଚଢାଉ ହୋଇଛି । ଭିଜିଲାନ୍ସ ପକ୍ଷରୁ ୩ଟି ଟିମ୍‌ ଏକାସାଙ୍ଗେ ସମ୍ବଲପୁର, ବଲାଙ୍ଗୀର ଓ ସୋନପୁରରେ ଚଢାଉ କରିଛି । ବଲାଙ୍ଗୀର ଅଫର୍ଶପଡ଼ା ସ୍ଥିତି ନିଜ ବାସଭବନ, ତାଙ୍କ ପୁତୁରାଙ୍କ ବାସଭବନ, ଫୁଇଂତଳା ବ୍ଲକ ସିକାବେହେଙ୍ଗା ସ୍ଥିତ ଜୀବାଦିଶଙ୍କ ପୈତୃକ ବାସଭବନରେ ରେଡ଼୍‌ ଜାରି ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଟଙ୍କାର ସମ୍ପତ୍ତି ଜବତ ହୋଇଛି , ତାହା ସ୍ପଷ୍ଟ ସୂଚନା ମିଳିନାହିଁ ।

   Related Posts