ୱେସ୍କୋ ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ , ଘରୁ ଜବତ ହେଲା ସୁନା ବିସ୍କୁଟ ଓ ନଗଦ ୧୫ ଲକ୍ଷ ଟଙ୍କା
30/12/2020 at 9:11 AM

ବଲାଙ୍ଗୀର ୩୦।୧୨: ଭିଜିଲାନ୍ସ ପଞ୍ଝାରେ ୱେସ୍କୋ ଆକାଉଣ୍ଟାଣ୍ଟ । ଭିଜିଲାନ୍ସ ପକ୍ଷରୁ ଆକାଉଣ୍ଟାଣ୍ଟ ବିଭୂତି ଶଙ୍କର ବିନ୍ଧନୀଙ୍କ ଘରେ ରେଡ୍ କରାଯାଉଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ୱେସ୍କୋ ଆକାଉଣ୍ଟାଣ୍ଟଙ୍କ ଘରେ ରେଡ୍ ଜାରି ରହିଛି । ବାସଭବନ ସମତେ ବିଭିନ୍ନ ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ତେବେ ଆଜି ସକାଳୁ ଭିଜିଲାନ୍ସ ଟିମ୍ ସ୍ଥାନୀୟ ସର୍କିଟ ହାଉସ ରୋଡ୍ରେ ଥିବା ଘର ସମତେ ଅଫିସରେ ମଧ୍ୟ ଚଢାଉ କରିଛି । ସେହିପରି ଅନେକ ସ୍ଥାନରେ ମଧ୍ୟ ରେଡ୍ ଚାଲିଥିବାର ସୂଚନା ମିଳିଛି । ତେବେ ଏହି ରେଡ୍ ସମୟରେ ଘରୁ ନଗଦ ଟଙ୍କା ଓ ସୁନା ବିସ୍କୁଟ ଜବତ କରାଯାଇଥିବାର ସୂଚନା ମିଳିଛି । ତେବେ ଆଗକୁ ରେଡ୍ ଜାରି ରହିଲେ , ଆହୁରୀ ଅନେକ ତଥ୍ୟ ହସ୍ତଗତ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।
