ଭିଜିଲାନ୍ସ ଜାଲରେ ଆର୍‌ବି ଡିଭିଜନର ବରିଷ୍ଠ କିରାଣୀ, ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ୍

Published By : Prameya-News7 Bureau | December 22, 2020 IST

ଭୁବନେଶ୍ୱର ୨୨।୧୨: ଆର୍‌ବି ଡିଭିଜନର ବରିଷ୍ଠ କିରାଣୀ ଘରେ ଭିଜିଲାନ୍ସ ରେଡ୍‌ । ଆର୍‌ବି ଡିଭିଜନର ବରିଷ୍ଠ କିରାଣି ଅସିତ ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି । ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ୍‌ ଜାରି ରହିଛି ।   

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍‌ବି ଡିଭିଜନର ବରିଷ୍ଠ କିରାଣି ଅସିତ ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି । ଭିଜିଲାନ୍ସ, ପକ୍ଷରୁ ଅସିତ ନାୟକଙ୍କ ଗଞ୍ଜାମ ଗୋଳନ୍ଥରାରେ ଥିବା ପୈତୃକ ଘର ରେଡ୍‌ ହୋଇଛି । ଏହା ସହିତ ଭୁବନେଶ୍ୱର ଡୁମୁଡୁମାରେ ଥିବା ଘର ,  ଅଫିସ, ଜଟଣୀର ପ୍ରଧାନସାହିରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଟଙ୍କାର ସମ୍ପତ୍ତି ଜବତ ହୋଇଛି । ତାହା ସ୍ପଷ୍ଟ ହୋଇନାହିଁ । ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.