ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଏକାସାଙ୍ଗେ ଘର ଏବଂ ଅଫିସରେ ରେଡ୍
9/12/2020 at 3:21 PM

ପଦ୍ମପୁର ୦୯।୧୨: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ବରଗଡ଼ ଦହିତା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରନନ୍ଦର ସାହୁଙ୍କ ଘରେ ଚଢାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ । ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି ।
ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଦହିତା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ ହୋଇଛି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରନନ୍ଦର ସାହୁଙ୍କ ଘର ସହିତ ଅଫିସରେ ଏକକାଳୀନ ଚଢାଉ ଜାରି ରହିଛି । ଭିଜିଲାନ୍ସର ୨ଟି ଟିମ୍ରେ ୨୨ ଜଣ ସଦସ୍ୟ ସାମିଲ ଅଛନ୍ତି ।
Related Posts
କିପରି ହେଲା ରଞ୍ଜିତଙ୍କ ମୃତ୍ୟୁ ? ଦୁର୍ଘଟଣା ନା ହତ୍ୟା ?
17 January 2021
ଅପେକ୍ଷାର ଅନ୍ତ, କାଲିଠୁ ଖୋଲିବ ଘଟଗାଁ ମା ତାରିଣୀ ମନ୍ଦିର
17 January 2021