ବିଲ୍‌ ପାସ୍‌ ପାଇଁ କିରାଣୀ ମାଗିଥିଲେ ଲାଞ୍ଚ, ଟଙ୍କା ଦେବା ବେଳେ ମାଡ଼ିବସିଲା ଭିଜିଲାନ୍ସ

Published By : Prameya-News7 Bureau | November 03, 2021 IST

ବାଲିଗୁଡ଼ା, ୦୩/୧୧: ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଆଇଟିଡିଏ ମୁଖ୍ୟ କିରାଣୀ ବସନ୍ତ କୁମାର ପାଣି। ୬ ହଜ଼ାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡିବସିଲା ଫୁଲବାଣୀ ଓ ବ୍ରହ୍ମପୁର ଭିଜିଲାନ୍ସ ଟିମ। ସୂଚନା ପ୍ରକାରେ ଆଜି ଅପରାହ୍ଣ ୪ଟା ୪୦ ସମୟରେ ବାଲିଗୁଡା ପଟଖଣ୍ଡା ସହିର ପଦ୍ମ ଚରଣ ପାଣିଗ୍ରାହୀଙ୍କ ଏକ ସିକ୍ୟୁରିଟି ଡିପୋଜିଟ ଫାଇଲକୁ ପାସ କରିବା ପାଇଁ ଲାଞ୍ଚ ମାଗିଥିଲେ ମୁଖ୍ୟ କିରାଣୀ ବସନ୍ତ କୁମାର ପାଣି। ଏ ନେଇ ଶ୍ରୀ ପାଣିଗ୍ରାହୀ ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କୁ ଭେଟି ଅଭିଯୋଗ କରିଥିଲେ।

ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ ବାଲିଗୁଡାରେ ପହଞ୍ଚିଥିଲେ। ପୂର୍ବ ପ୍ରସ୍ତୁତି ଅନୁସାରେ ଶ୍ରୀ ପାଣିଗ୍ରାହୀ ୬ ହଜ଼ାର ଟଙ୍କା ମୁଖ୍ୟ କିରାଣୀ ବସନ୍ତ କୁମାର ପାଣିକୁ ଦେବା ସମୟରେ ଭିଜିଲାନ୍ସ ଟିମ ମଡିବସିଥିଲେ। ଶ୍ରୀ ପାଣି ତାଙ୍କ ନେଇଥିବା ହାତରେ ପାଣି ମରାଯାଇ ରଙ୍ଗ ଲାଗିଥିବା ଟଙ୍କା ନେଇଥିବା ପ୍ରମାଣ ମିଳିବା ପରେ ଭିଜିଲାନ୍ସ ମୁଖ୍ୟ କିରାଣୀ ବସନ୍ତ କୁମାର ପାଣିକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛନ୍ତି। ଏହା ସହିତ ତାଙ୍କର ବାଲିଗୁଡା ଘର ସହିତ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ ଜାରି ରହିଥିବା କହିଛନ୍ତି ଭିଜିଲାନ୍ସ ଡ଼ିଏସପି ଅରୁଣ ନାୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.