ବାଉଁଶ ଗଛ ବି ଗିଳିଦେଲେ, ସାତକୋଶିଆ ଅଭୟାରଣ୍ୟରେ ବାଉଁଶ ଗଛର ମହାଦୁର୍ନୀତି ,ଏକାଥରକେ ୪ଟିମ୍ର ଚଢାଉ
7/01/2021 at 10:07 AM

ଅନୁଗୁଳ ୦୭।୦୧ : ବାଉଁଶ ଗଛ ଲଗାଇବାରେ ହେରଫେର୍ ଅଭିଯୋଗ । ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ରେଡ଼୍ କରାଯାଉଛି । ଭିଜିଲାନ୍ସ ପକ୍ଷରୁ ୪ଟିମ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଆରମ୍ଭ ହୋଇଛି ।

ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ବନ୍ତଳା ରେଞ୍ଜରେ ବାଉଁଶ ଗଛ ଲଗାଇବାରେ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଭିଜିଲାନ୍ସ ଟିମ୍ ବଲଙ୍ଗ, ନୂଆଁଗାଁ ଅଞ୍ଚଳରେ ଛଢାଉ ଆରମ୍ଭ କରିଛି । ବାଉଁଶ ଗଛ ଲଗାଇବାରେ ଲକ୍ଷାଧିକ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି। ବାଉଁଶ ଗଛ ଲଗାଇବାରେ କିଛି ଶ୍ରମିକ ସେମାନଙ୍କର ଦରମା ପାଇଁ ନ ଥିବା ଅଭିଯୋଗ ମଧ୍ୟ ଅଭିଯୋଗ ଆସିଥିଲା । ଭିଜିଲାନ୍ସ ଏସ.ପି ଙ୍କ ନିର୍ଦେଶ କ୍ରମେ ଏହି ଚଢ଼ାଉ ଜାରି ରହିଛି । ଅନ୍ୟପଟେ ଚଢାଉ ନେଇ କୌଣସି ସୂଚନା ଦେବାକୁ ଭିଜିଲାନ୍ସ ଅଧିକାରୀ ଦେବାକୁ ମନା କରିଦେଇଛନ୍ତି। ଯେ ପର୍ଯ୍ୟନ୍ତ ତଦନ୍ତ ଶେଷ ହୋଇନାହିଁ । ସେପର୍ଯ୍ୟନ୍ତ କିଛି ତଥ୍ୟ ଦିଆଯାଇପାରିବ ନାହିଁ ବୋଲି ଭିଜିଲାନ୍ସ ଅଧିକାରୀ ସ୍ପଷ୍ଟ କରିଦେଇଛନ୍ତି।