ଦିଦିଙ୍କ ୪ କୋଟି ସଂପତ୍ତି ଜବତ, ରାଜଧାନୀରେ ୪ କୋଠା, ୧୦ ପ୍ଲଟ୍‌

Published By : Prameya-News7 Bureau | September 14, 2021 IST

ଭୁବନେଶ୍ୱର, ୧୪/୦୯: କୁବେର ଅଙ୍ଗନବାଡ଼ି ଦିଦି । ଜବତ ହୋଲା ୪ କୋଟିର ସମ୍ପତ୍ତି । ଭିଜିଲାନ୍ସ ଚଢ଼ାଉ କରି ଏହି ସମ୍ପତ୍ତି ଜବତ କରିଥିବା ଜଣାପଡ଼ିଛି । ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନବାଡ଼ିରେ ଚାକିରୀ କରିଥିବା କବିତା ମାଥନଙ୍କ ପାଖରୁ ଏହି ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ ।

ଅଙ୍ଗନବାଡ଼ି ଦିଦିଙ୍କର ଭୁବନେଶ୍ୱରରେ ୪ଟି ବହୁତଳ ପ୍ରାସାଦ ରହିଛି । ଗୋଟିଏ ୪ ମହଲା, ଗୋଟିଏ ୩ ମହଲା ଓ ୨ଟି ୨ ମହଲା ବିଶିଷ୍ଟ ହୋଇଥିବା ଜଣାପଡ଼ିଛି । ଦିଦିଙ୍କର ଭୁବନେଶ୍ୱରରେ ୧୦ଟି ପ୍ଲଟ୍‌ ସହ ମୋଟ ୧୪ ପ୍ଲଟ୍‌ ରହିଥିବା ଭିଜିଲାନ୍ସ କହିଛି । ଜଗତସିଂହପୁର ତଳକୁସୁମାରେ ୩ଟି ଓ ବାଲିଅନ୍ତାରେ ଗୋଟିଏ ପ୍ଲଟ୍‌ ରହିଛି । ଗୋଟିଏ କାର, ୪ଟି ଦୁଇ ଚକିଆ ଗାଡ଼ି, ୨.୨ ଲକ୍ଷଟଙ୍କାର ବୀମା କାଗଜ ପତ୍ର ଠାବ ରହ ୨୧୨ ଗ୍ରାମର ସୁନା ଜବତ କରାଯାଇଥିବା ଭିଜିଲାନ୍ସ କହିଛି । ତେବେ ସମ୍ପତ୍ତି ଜବତ ପରେ ଦିଦିଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.