Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଖୋଲିବାରେ ଲାଗିଛି ଅଭୟକାନ୍ତଙ୍କ ଅୟସ କାହାଣୀ: ଜାରି ରହିଛି ଭିଜିଲାନ୍ସ ଚଢ଼ାଉ, ସମ୍ପତ୍ତି ଠାବରେ ଲାଗିଛନ୍ତି ୧୫୦ ଅଧିକାରୀ

26/11/2020 at 6:22 PM

ଭୁବନେଶ୍ୱର ୨୬/୧୧ : ଜଙ୍ଗଲିବାବୁଙ୍କ ସରକାରୀ ସମ୍ପତ୍ତି ଲୁଟ୍‌ ଏବଂ ଅୟସ କାହାଣୀର ଫର୍ଦ୍ଦ ଖୋଲିବାରେ ଲାଗିଛି । ଯେତିକି ଅଧିକ ଖୋଳତାଡ଼ ହେଉଛି, ସେତିକି ଆଖି ଝଲସିବା ଭଳି ତଥ୍ୟ ସାମ୍ନାକୁ ଆସୁଛି । ଗତ ୩୬ଘଣ୍ଟା ଘରି ଭିଜିଲାନ୍ସ ରେଡ୍‌ ଚାଲିଛି । କୋଟି କୋଟି ଟଙ୍କାର ବେଆଇନ ସମ୍ପତ୍ତିର ସନ୍ଧାନ ମିଳିଛି। ଅତିରିକ୍ତ ପିସିସିଏଫ  IFS ଅଭୟକାନ୍ତ ପାଠକଙ୍କ ଲୁଟ୍‌ ର  ରହସ୍ୟ ଭେଦ କରିବାକୁ ଓଡିଶା ସହ ୪ଟି ରାଜ୍ୟର  ୧୨ଟି ସ୍ଥାନରେ ଚଢାଉ ଚାଲିଛି । ଅତିରିକ୍ତ ପିସିସିଏଫଙ୍କ ଅମାପ ସମ୍ପତ୍ତି ଠାବ କରିବାକୁ ୧୫୦ ଭିଜିଲାନ୍ସ ଅଧିକାରୀ ଲାଗିଛନ୍ତି । ପୁନେରେ ଫ୍ଲାଟ୍ ଓ ଫାର୍ମ ହାଉସ, ପାଟନାରେ କୋଠା, ସଂପର୍କୀୟ ନାଁରେ ଭୁବନେଶ୍ବରରେ ଫ୍ଲାଟ,  ନଗଦ ୫୦ଲକ୍ଷ ଟଙ୍କା ସହ ମସର୍ଡିଜ୍, ବିଏମ୍‌ଡବ୍ଲୁ, ହାରିଅର୍ ଭଳି  ଦାମୀ କାର୍ ଠାବ କରାଯାଇଛି। ଲକ୍‌ଡାଉନ୍ ସମୟରେ ପରିବାର ସହ ୨୦ଥର ଚାର୍ଟର ପ୍ଲେନ କରି ବୁଲୁଥିଲେ ଅଭୟ । ତାଙ୍କ ସାଙ୍ଗରେ ବୁଲୁଥିଲେ ଦାମୀ ଦରମାରେ ନିୟୋଜିତ ଏକାଧିକ ଘରୋଇ ସିକ୍ୟୁରିଟି ଗାର୍ଡ। ସରକାରୀ ଟଙ୍କାକୁ ଅଭୟକାନ୍ତ ଲୁଟୁଥୁଲେ ଖୁବ ନିର୍ଭୟରେ । ବାବୁ ଶୋଉଥିଲେ ହାତିଦାନ୍ତ ଲଗା ପଲଙ୍କରେ। ଆଜି ଭିଜିଲାନ୍ସ ଅଧିକାରୀମାନେ ପାଠକଙ୍କୁ ନେଇ ଏକାଧିକ ଲକର୍ ଖୋଲିବା ସହ ସଂପତ୍ତି ଆକଳନ କରିଥିଲେ। ଆଜି ତଲାସୀ ବେଳେ ଘରେ ଥିବା ଗୁପ୍ତ କୋଠରୀରୁ ମିଳିଛି ଆଠ ଲକ୍ଷ ଟଙ୍କା ସହ ଏକ କେଜିରୁ ଉର୍ଦ୍ଧ ସୁନା ଗହଣା। ଏହା ସହିତ ଏକ ବନ୍ଧୁକ ମଧ୍ୟ ଜବତ କରାଯାଇଛି।

ଅଭୟକାନ୍ତଙ୍କୁ ଗିରଫ କରି ଭିଜିଲାନ୍ସ ପଚରାଉଚରା କରୁଛି। ଅଭୟଙ୍କ ପୁଅ ଆକାଶ ପାଠକଙ୍କୁ ମହାରାଷ୍ଟ୍ରରୁ ଭୁବନେଶ୍ବର ଅଣାଯାଇଛି। ଖଣ୍ଡଗିରି ଘାଟିକିଆରେ ରହୁଥିବା ଅଭୟଙ୍କ ପୁତୁରା ହର୍ଷଙ୍କ କ୍ଲିନିକ୍‌କୁ ଯାଇ ଖୋଳତାଡ କରିଛି ଭିଜିଲାନ୍ସ ବିଭାଗ। ଗତକାଲି ତାଙ୍କ ଘରୁ ପଚାଶ ଲକ୍ଷ ନଗଦ ଟଙ୍କା ମିଳିଥିଲା। ସେପଟେ ଅଭୟଙ୍କ ଡ୍ରାଇଭର ରହୁଥିବା ପିପିଲି ଘରୁ ମଧ୍ୟ ୨୦ ଲକ୍ଷ ଟଙ୍କା ଜବତ ହୋଇଥିଲା। ଅଭୟଙ୍କ ସହ ତାଙ୍କ ପୁଅ ଆକାଶ, ପୁତୁରା ହର୍ଷ ଓ ଡ୍ରାଇଭର ଜୁମ୍ମା ରାତକୁ ଜେରା ଚାଲିଛି।  ଆସନ୍ତା ଡିସେମ୍ବର ୧୨ ତାରିଖରେ ପୁଅର ବାହାଘର ପାଇଁ ରାଜସ୍ଥାନର ଉଦୟପୁରରେ ଏକ ପଞ୍ଚ ତାରକା ହୋଟେଲ ବୁକ କରାଯାଇଥିଲା ଯାହାର ଭଡା ବାବଦକୁ ଏକ କୋଟି ଦେବାକୁ ଏଗ୍ରୀମେଣ୍ଟ କରିଥିଲେ ଅଭୟ। ବିଭିନ୍ନ ରାଜ୍ୟରେ ଅଭୟଙ୍କର ସମ୍ପତ୍ତି ଆକଳନ କରିବାକୁ ଯାଇଥିବା ଭିଜିଲାନ୍ସ ଅଧିକାରୀ ମାନେ ଫେରିନାହାନ୍ତି । ସବୁ ଅଧିକାରୀ ଫେରିବା ପରେ ଯାଇ ଆୟ ବହିର୍ଭୁତ ସମ୍ପତ୍ତିର ପରିମାଣ ଜଣା ପଡିବ ।

ଅଭୟକାନ୍ତ ପାଠକ ସରକାରଙ୍କ ବନୀକରଣ ଯୋଜନା ଦାୟିତ୍ବରେ ଅଛନ୍ତି। ତାଙ୍କ ନାମରେ ବିଭିନ୍ନ ସମୟରେ ଦୁର୍ନୀତି ନେଇ ଅଭିଯୋଗ ହୋଇ ଆସୁଥିଲା। ପ୍ରଶ୍ନ ଉଠୁଛି, ଏତେ ବ୍ୟାପକ ସଂପତ୍ତିର ମାଲିକ ପାଠକ ହେଲେ କେମିତି? ଜଙ୍ଗଲ ଓ ପରିବେଶ ବିଭାଗର ବାବୁମାନେ ଏକଥା ଜାଣିପାରିଲେନି କେମିତି ? ପାଠକଙ୍କ ସଂପତ୍ତି ଆହରଣ ପଛରେ ଆଉ କାହାର ହାତ ଅଛି କି? ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ଉ ପରେ ଏବେ ଏସବୁ ଉପରେ ତନାଘନା ହେବାର ସମ୍ଭାବନା ରହିଛି। ତେବେ ଆୟ ବହିର୍ଭୂତ ସମ୍ପତ୍ତିକୁ ଅଭୟ ଅସ୍ବୀକାର କରିଛନ୍ତି ।

   Related Posts