ଭିଜିଲାନ୍ସ ଜାଲରେ ଜଗତସିଂହପୁର ସେସୁ ଜେଇ ଦିପ୍ତୀପ୍ରକାଶ ସ୍ବାଇଁ : ଘର ଅଫିସ ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍

Published By : Prameya-News7 Bureau | December 30, 2019 IST

ଜଗତସିଂହପୁର  ୩୦/୧୨: ଭିଜିଲାନ୍ସ ଜାଲରେ ଜେଇ । ଜଗତସିଂହପୁର ସେସୁ ଜେଇ-୨ ଦିପ୍ତୀପ୍ରକାଶ ସ୍ବାଇଁଙ୍କ ଘରେ ଭିଜିଲାନ୍ସ ରେଡ୍  । ଏକକାଳୀନ ୫ଟି ସ୍ଥାନରେ ରେଡ କରୁଛି ଜଗତସିଂହପୁର ଓ କଟକର ଭିଜିଲାନ୍ସ ଟିମ୍ ।

{"id":204378,"sizeSlug":"large"}

ଦୀପ୍ତିଙ୍କ ବିସିପାତଳ ସ୍ଥିତ ପୈତୃକ ବାସଭବନ ,ଗୋପାଳ ସାଗର ସ୍ଥିତ ନୂଆ ଘର, ଶଶୁର ଘର ,ସେସୁ ଅଫିସ ସହିତ 5 ଟି ସ୍ଥାନରେ ଚଢାଉ ଚାଲିଛି । ଚଢ଼ାଉ ବେଳେ ବହୁ ବ୍ୟାଙ୍କ ପାସବୁକ ,କାଗଜପତ୍ର, ସୁନା ଗହଣା ଓ ନଗଦ ଟଙ୍କା ଜବତ କରାଯାଇଛି । ଆୟ ବହିର୍ଭତ ସଂପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି ।

{"id":204379,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.