Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ପଂଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ, ପୋଖରୀ ପୁନରୁଦ୍ଧାର ପାଇଁ ଆସିଥିବା ଅର୍ଥ ହଡପ ନେଇ ହୋଇଥିଲା ଅଭିଯୋଗ

3/08/2019 at 2:29 PM

ଚଣ୍ଡିଖୋଲ ୩|୮: ଯାଜପୁର ଜିଲା ବଡଚଣା ବ୍ଲକ ସିଆ ପଂଚାୟତରେ ଆଜି ଯାଜପୁର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ସୂଚନା ଅନୁଯାୟୀ ଏହି ବ୍ଲକ ସିଆ ପଞ୍ଟାୟତରେ ମାଧତ୍ଆ ପୋଖରୀ ଖରମଙ୍ଗାର ପୁନରୁଦ୍ଧାର ନିମନ୍ତେ ୨୦୧୫-୧୬ ମସିହାରେ ୧୦ ଲକ୍ଷଟଙ୍କା ବ୍ୟୟବରାଦ କରାଯାଇଥିଲା। ଏହି କାର୍ଯ୍ୟଟି ବିଭାଗୀୟ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇଥିଲା । ହଲେ ଏହି ପୋଖରୀର ପୁନରୁଦ୍ଧାର କରାଯାଇନଥିବା ଅଭିଯୋଗ ହୋଇଥିଲା ।

ଅପରପକ୍ଷରେ ଏଥିପାଇଁ ଆସିଥିବା ଅନୁଦାନ ରାଶିକୁ ଆତ୍ମସାତ କରାଯାଇଥିଲା । ଜବ୍‌କାର୍ଡଧାରୀମାନେ ସେମାନଙ୍କ ଅର୍ଥ ପାଇବାରୁ ବଂଚିତ ହୋଇଥିଲେ ।  ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଏ ସମ୍ପର୍କରେ ମଧ୍ୟ ଅଭିଯୋଗ ହୋଇଥିଲା । ତେବେ ଏହି ଅଭିଯୋଗ ନେଇ କୋଣସି ତଦନ୍ତ ହୋଇନଥିଲା ।   ଫଳରେ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଶେଷରେ ଏ ପ୍ରସଂଗକୁ ନେଇ ସିହା ସରପଂଚ ଖଗେଶ୍ବର ସେଠୀ ଓଡିଶା ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶେକ୍ରମେ ଯାଜପୁର ଭିଜିଲାନ୍ସ ଆଜି ଅଚାନକ ସିହା ପଂଚାୟତ କାର୍ଯୟାଳୟରେ ପଂହଚି ଆବଶ୍ୟକୀୟ କାଗଜପତ୍ର ଜବତ କରିବା ସହିତ ଏହି ପୋଖରୀକୁ ବୁଲି ଦେଖିଥିଲେ । ତେବେ ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦେବାକୁ  କରିଦେଇଛନ୍ତି ।  

   Related Posts