କନିଷ୍ଠ ଯନ୍ତ୍ରୀଙ୍କ ଭଡ଼ା ବାସଭବନରେ ଭିଜିଲାନ୍ସ ଚଢ଼ାଉ
30/12/2019 at 12:31 PM

ନବରଙ୍ଗପୁର ୩୦/୧୨: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ଜେନାଙ୍କ ଉମରକୋଟ ସ୍ଥିତ ଗୁଲିପାଟନା ଭଡ଼ା ବାସଭବନରେ ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ଅଛି । ଏହି ଭିଜିଲାନ୍ସ ଟିମ୍ ଚାରି ଗୋଟି ବିଭାଗରେ ବିଭକ୍ତ ହୋଇ ଏକ କାଳୀନ ପାଞ୍ଚ ଗୋଟି ଜାଗାରେ ଚଢ଼ାଉ କରିଛନ୍ତି ।

ଉମରକୋଟ, ଭୁବନେଶ୍ବରର ଦୁଇ ଗୋଟି ଜାଗାରେ , ରାଇଘର କାର୍ଯ୍ୟାଳଯରେ ତଥା ନିଜ ପୈତୃକ ସ୍ଥାନ ଯାଜପୁର ଜିଲ୍ଲାର ବିଞ୍ଝାରପୁର ଗ୍ରାମରେ ଚଢ଼ାଉ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମ୍ପତ୍ତି ଆକଳନ କରାଯାଇ ନାହିଁ ।ତଦନ୍ତ ଚାଲିଛି ବୋଲି ଭିଜିଲାନ୍ସ ଟିମ୍ ପ୍ରକାଶ କରିଛନ୍ତି ।
Related Posts
ବାଦାମପାହାଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ମଦ ଜବତ, ୪ ଗିରଫ
24 February 2021
ଚୋରା ଚାଲାଣ କରୁଥିବା ୩ଟି ଲୁହାପଥର ବୋଝେଇ ଟ୍ରଲର ଜବତ, ୩ ଗିରଫ
24 February 2021