ଭିଜିଲାନ୍ସ ଜାଲରେ ଓଏମସି ମାଇନିଂ ବିଭାଗ କର୍ମଚାରୀ ଚିନ୍ମୟ କୁମାର ବେଉରା

Published By : Prameya-News7 Bureau | December 04, 2018 IST

ଯାଜପୁର ୦୪|୧୨: ଓଏମସି ମାଇନିଂ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଚିନ୍ମୟ କୁମାର ବେଉରାଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ଭିଜିଲାନ୍ସ ଟିମ୍ ଯାଜପୁରରୋଡ ଡିଡିଏମ୍ ଅଫିସ, ସରକାରୀ ବାସଭବନ ସହିତ, ନିଜ ବାସଭବନ ସୁକିନ୍ଦା, କାଳିଆପାଣି ମାଇନ୍ସ କାର୍ଯ୍ୟାଳୟ ଓ ଶ୍ବଶୁରଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ସ୍ଥିତ ଚାରଦିଆରେ ଏକକାଳୀନ ଚଢାଉ ହୋଇଥିଲା । ଚିନ୍ମୟଙ୍କ ନାଁରେ ଦୀର୍ଘ ଦିନ ହେବ ଆୟ ବର୍ହିଭୂତ ସମ୍ପତିଠୁଳ ନେଇ ଅଭିଯୋଗ ହୋଇଆସୁଥିଲା । ଭିଜିଲାନ୍ସର ୪ ଜଣ ଡିଏସପିଙ୍କ ନେତୃତ୍ବରେ ଏହି ଚଢାଉ ଚାଲିଥିବା ସୂଚନା ମିଳିଛି । ଚିନ୍ମୟ ଟାଟା ମାଇନ୍ସ ଗେଟ୍ରେ ଓଜନ କଟାଂ ଓ ମାପ ବିଭାଗରେ ମୁଖ୍ୟ କିରାଣୀ ଭାବେ କାର୍ଯ୍ୟରତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.