Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ରୟାଲ ଲାଇଫ୍ ଷ୍ଟାଇଲ୍, ଆଲିଶାନ୍ ବଙ୍ଗଳା: କିଭଳି କୋଟି କୋଟି ଟଙ୍କାର ମାଲିକ ହେଲେ ଆଇଏଫଏସ୍ ଅଭୟକାନ୍ତ ?

25/11/2020 at 6:38 PM

ଭୁବନେଶ୍ୱର ୨୫/୧୧ : ଭିଜିଲାନ୍ସ ଜାଲରେ ଆଇଏଫଏସ୍ ଅଫିସର। ଆୟା ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ଭୁବନେଶ୍ବରର ୫ଟି ଏବଂ ମୁମ୍ବାଇ ଓ ପୁଣେର ୭ ଠିକଣାରେ ରେଡ୍ ହୋଇଛି । ଏହି ରେଡରେ ଭିଜିଲାନ୍ସର ୧୫୦ ଅଫିସର ସାମିଲ ହୋଇଛନ୍ତି। ୧୯୮୭ ବ୍ୟାଚର ଏହି ଆଇଏଫଏସ୍ ଅଫିସର କିଭଳି କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି ତା’ର ଖୋଳତାଡ଼ ଚଳାଇଛି ଭିଜିଲାନ୍ସ।


ଅଭୟଙ୍କ ଅମାପ ସମ୍ପତ୍ତି ଦେଖି ଆଶ୍ଚର୍ଯ୍ୟ ଭିଜିଲାନ୍ସ ଟିମ୍। ଦାମୀ ଓ ସୌଖୀନ୍ କାର୍ ସହିତ ରାଜମହଲ ଭଳି ଏକାଧିକ ଫ୍ଲାଟ୍ । ମୁମ୍ବାଇ ଓ ପୁନେରେ ଆଲିଶାନ୍ ବଙ୍ଗଳା ସାଙ୍ଗକୁ ଫାର୍ମ ହାଉସ। ରୟାଲ ଲାଇଫ୍ ଷ୍ଟାଇଲ୍। ଥରେ କି ଦୁଇ ଥର ନୁହେଁ ୨୦ ଥର ଚାର୍ଟର ଫ୍ଲାଇଟରେ ଯିବା ଆସିବା। ସବୁ ବେଳେ ଆକାଶରେ ଉଡ଼ୁଥିବା ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଅମାପ ସମ୍ପତ୍ତି ଦେଖି ଆଶ୍ଚର୍ଯ୍ୟ ଭିଜିଲାନ୍ସ ଟିମ୍। ଅଭୟଙ୍କ ଘର ସମେତ ଭୁବନେଶ୍ବରରେ ୫ ଏବଂ ମୁମ୍ବାଇ ଓ ପୁନେର ୭ ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ଏହି ଚଢ଼ଉରେ ସାମିଲ ହୋଇଥିଲେ ଭିଜିଲାନ୍ସର ୧୫୦ ଅଫିସର। ୧୯୮୭ବ୍ୟାଚ୍ର ଏହି ଆଇଏଫଏସ୍ ଅଫିସର କିଭଳି କୋଟି କୋଟି ଟଙ୍କାର ମାଲିକ ବନିଯାଇଛନ୍ତି ତା’ର ଖୋଳତାଡ଼ ଚଳାଇଛନ୍ତି ଭିଜିଲାନ୍ସ।


ରାଜଧାନୀ ଭୁବନେଶ୍ବରରେ ୮ହଜାର ସ୍କୋୟାରଫୁଟର ଏକ ବିଶାଳ କୋଠା। ଯେଉଁଥିରେ ଚଟାଣରୁ କାନ୍ଥ ସବୁଠି ଦେଖିବାକୁ ମିଳିଛି ଚାକଚାକ୍ୟର ଝଲକ୍। ଇଟାଲିଆନ୍ ମାର୍ବଲ ଠାରୁ ଆରମ୍ଭ କରି ଘରେ ଖଞ୍ଜା ହୋଇଛି ବିଭିନ୍ନ ନାମୀ ଦାମୀ କମ୍ପାନୀର ସରଞ୍ଜାମ। କେବଳ ରାଜଧାନୀ ଭୁବନେଶ୍ବର କାହିଁକି ଦେଶର ମହଙ୍ଗା ସହର ମୁମ୍ବାଇ, ପୁନେରେ ମଧ୍ୟ ରହିଛି ବାବୁଙ୍କ ଏକାଧିକ ଫ୍ଲାଟ୍ ଓ ଫାର୍ମ ହାଉସ। ସବୁବେଳେ ଆକାଶରେ ଉଡ଼ୁଥିବା ଏହି ସରକାରୀ ବାବୁ ଜଣକ କରୋନା ଲକଡାଉନ୍ ସମୟରେ ୨୦ଥର ଚାର୍ଟର ଫ୍ଲାଇଟରେ ଭୁବନେଶ୍ବରରୁ ପୁନେ, ମୁମ୍ବାଇ, ପାଟଣା, ଉଦୟପୁର ଭଳି ସ୍ଥାନକୁ ଯିବାଆସିବା କରିଛନ୍ତି । ଗୋଟିଏ ଥର ଚାର୍ଟର ଫ୍ଲାଇଟ୍ ବ୍ୟବହାର ପାଇଁ ୧୫ରୁ ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ଏହି ଆଇଏଫଏସ୍ ଅଫିସର । ଭୁବନେଶ୍ବରରେ ଏତେବଡ଼ ଘର କରିଥିଲେ ମଧ୍ୟ ସମସ୍ତଙ୍କ ନଜରରୁ ବର୍ତ୍ତିବା ଲାଗି ସରକାରୀ କ୍ବାର୍ଟରରେ ରହୁଥିଲେ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ।

ଲକଡାଉନ ବେଳେ ପୁଅ ବାହାଘର କରିଥିବା ଅଭୟକାନ୍ତ ୭ଦିନ ଧରି ଭୋଜିର ଆୟୋଜନ କରିଥିଲେ। ଚାର୍ଟର ଫ୍ଲାଇଟ୍, ଏକାଧିକ ବଳାସପୂର୍ଣ୍ଣ କାର ସହ ବଡିଗାର୍ଡ଼ ରଖିଥିବା ଏହି ଆଇଏଫ୍ଏସ୍ ଅଧିକାରୀଙ୍କ ସମ୍ପର୍କରେ କେନ୍ଦ୍ରୀୟ ସଂସ୍ଥା ସୂଚନା ଦେବା ପରେ ଭିଜିଲାନ୍ସର ଟିମ୍ ବାବୁଙ୍କ ୧୨ଟି ଠିକଣା ଉପରେ ଚଢ଼ାଉ କରିଛି। ଅଭୟଙ୍କ ଘରୁ ୫ଲକ୍ଷ ଟଙ୍କାର ନଗଦ କ୍ୟାସ୍ ମିଳିଥିବା ବେଳେ ତାଙ୍କ ପୁତୁରାଙ୍କ ପାଖରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଜଣାପଡ଼ିଛି। ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ କେତେ କୋଟି ଓ କେତେ କୋଠିର ମାଲିକ ତା’ର ଖୋଳତାଡ଼ ଚଳାଇଛି ଭିଜିଲାନ୍ସ ଟିମ୍।

   Related Posts