Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋର୍ଟ ଚାଲାଣ ହେଲେ ଭିଜିଲାନ୍ସ ପିପି, ଆୟ ବହିର୍ଭୂତ ସମ୍ପତ୍ତିର ହେବ ଯାଞ୍ଚ

4/07/2021 at 8:53 AM

କଳାହାଣ୍ଡି ୪/୭ : ଭବାନୀପାଟଣା ଭିଜିଲାନ୍ସ ପିପି ଆଶୁତୋଷ ମିଶ୍ର ଭିଜିଲାନ୍ସ ଦ୍ୱାରା ଗିରଫ ପରେ କୋର୍ଟ ଚାଲାଣ । ତାଙ୍କ ଘରୁ ନଗଦ ୧୫ ଲକ୍ଷ ଟଙ୍କା ମିଳିଥିବା କଟକ ଭିଜିଲାନ୍ସ ଟିମ୍ ପ୍ରେସ ବାର୍ତ୍ତାରେ ସୁଚନା ଦେଇଛନ୍ତି । ମହୁଲପାଟଣା ଫାଣ୍ଡି ପୂର୍ବତନ ଏଏସ ଆଇ ମଳୟ ରଣା ୫ ହଜାର ଟଙ୍କା ଲାଞ୍ଚ ମାମଲାରେ ନିଳମ୍ବିତ ହୋଇଥିଲେ ।

କେସ୍ ରଫା ଦଫା ପାଇଁ ୧ ଲକ୍ଷ ଟଙ୍କା ଲାଂଚ ନେଉଥିଲେ । ଗତକାଲି ତାଙ୍କ ରାଧାକୃଷ୍ଣ ନଗର ପଡା ବାସଗୃହରେ ଟଙ୍କା ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍ ହାତରେ ଟଙ୍କା ସହ ଧରାପଡିଥିଲେ । ବର୍ତ୍ତମାନ ତାଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଉପରେ ଯାଂଚ କରିବ ଭିଜିଲାନ୍ସ ।

   Related Posts