Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଲାଞ୍ଚନେଲାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଗୋପ ଥାନା ଅଧିକାରୀ

27/05/2019 at 7:23 PM

କୋଣାର୍କ ୨୭|୫: ପୁରୀ ଜିଲ୍ଲା ଗୋପର ଥାନା ଅଧିକାରୀ ସୌମ୍ୟଚିତ ମିଶ୍ର ଜଣେ ବ୍ୟକ୍ତିଙ୍କ ଠାରୁ ୩୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ  ଭୁବନେଶର ଭିଜିଲାନ୍ସ ହାତରେ ଧରାପଡିଛନ୍ତି l  ମାମଲା ରୁଜ୍ଜୁ କରିବାକୁ ଥାନା ଅଧିକାରୀ ଜନୈକ ବ୍ୟକ୍ତିଙ୍କୁ ଲାଂଚମାଗିଥିଲେ ।

ସମ୍ପୃକ୍ତ ବ୍ୟକ୍ତି ମାମଲା ରୁଜ୍ଜୁ କରିବା ପାଇଁ ଦୀର୍ଘ ୭ଦିନ ହେଲା ଥାନାକୁ ଦୌଡୁଥିଲେ ମଧ୍ୟ ମାମଲା ରୁଜ୍ଜୁ କରୁନଥିଲେ ଥାନା ଅଧିକାରୀ । ଫଳରେ ସଂପୃକ୍ତ ବ୍ୟକ୍ତି ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଆଜି ଏହି ବ୍ୟକ୍ତିଙ୍କଠାରୁ ଥାନା ଅଧିକାରୀ ଲାଞ୍ଚ ନେଉଥିବାବେଳେ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀ ମାଡିବସିଥିଲେ । ଥାନାଅଧିକାରୀଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଥିବାବେଳେ ତାଙ୍କର ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ ଯାଂଚ ଜାରି ରଖିଛନ୍ତି ।

   Related Posts