ଲାଞ୍ଚ ନେଇ ଫସିଲେ ଯନ୍ତ୍ରୀ, ଠିକାଦାରଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ
5/02/2020 at 3:22 PM

ସୋର ୫।୨: ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଇ ଫସିଲେ ଯନ୍ତ୍ରୀ । ବାଲେଶ୍ବର ଜିଲ୍ଲା ସୋର ପୂର୍ତ୍ତ ବିଭାଗର ଯନ୍ତ୍ରୀ ବାସୁଦେବ ପ୍ରସାଦ ସାହୁ ଠିକାଦାରଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ ।

ସୂଚନାଯୋଗ୍ୟ ଯେ, ସୋର- ଚଡ଼କମରା ରାସ୍ତା କାମ କରିଥିଲେ ଠିକାଦାର ସନ୍ତୋଷ ନାୟକ । ଯାହାର ବିଲ୍ କରିବା ପାଇଁ ୨ ଲକ୍ଷ ଟଙ୍କା ଦାବି କରିଥିଲେ ବାସୁଦେବ । ଆଜି ଟଙ୍କା କାରବାର ହେବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଡିଏସପି ଏସ.କେ. ସାମନ୍ତରାୟଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ାଉ କରିଥିଲା । ବାସୁଦେବଙ୍କ ଠାରୁ ଭିଜିଲାନ୍ସ ୨ ଲକ୍ଷ ଟଙ୍କା ଜବତ କରିବା ସହିତ ତାଙ୍କ ଗାଡ଼ିରୁ ୬୪ ହଜାର ୫ ଶହ ଟଙ୍କା ଜବତ କରିଛି । ତାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍ ।
Related Posts
କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
21 January 2021