ଭିଜିଲାନ୍ସ ଜାଲରେ କିରାଣୀ, ଶିକ୍ଷକଙ୍କଠାରୁ ଲାଞ୍ଚ ନେବାବେଳେ ଧରାପଡିଲେ

Published By : Prameya-News7 Bureau | November 19, 2019 IST

ଆନନ୍ଦପୁର ୧୯।୧୧: ଶିକ୍ଷକଙ୍କଠାରୁ ଲାଂଚ ନେଉଥିବା ବେଳେ ଧରା ପଡିଲେ ଘସିପୁରା ବ୍ଲକ୍ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କିରାଣୀ ସନ୍ତୋଷ ଧିର | ଶିକ୍ଷକଙ୍କର ଏକ କାମ କରାଇଦେବା ପାଇଁ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ କରୁନଥିଲେ କିରାଣୀ ସନ୍ତୋଷ ଧିର । ଏନେଇ ଶିକ୍ଷକ ଜଣଙ୍କ ଭିଜିଲାନ୍ସ ବିଭାଗରେ ଜଣାଇବା ପରେ ଆଜି ଲାଞ୍ଚ କାରବାର ସମୟରେ ରେଡ୍ କରି ଭିଜିଲାନ୍ସ ବିଭାଗ ପକ୍ଷରୁ ଲାଂଚ ଟଙ୍କା ଜବତ କରାଯାଇଛି |

{"id":186551,"sizeSlug":"large"}

ଉଭୟ ଅଭିଯୋଗକାରୀ ଶିକ୍ଷକ ଓ ଅଭିଯୁକ୍ତ କିରାଣୀଙ୍କୁ ଅଧିକ ତଦନ୍ତ ପାଇଁ କେନ୍ଦୁଝର ଭିଜିଲାନ୍ସ ମୁଖ୍ୟାଳୟକୁ ନିଆଯାଇଛି । ତେବେ ଏ ସମ୍ପର୍କରେ ଦାୟିତ୍ଵରେ ଥିବା ବିଇଓଙ୍କୁ ପଚାରିବାରୁ ଭିଜିଲାନ୍ସ ରେଡ୍ କଥା ସ୍ବୀକାର କରିଥିବା ବେଳେ ପୂର୍ବରୁ ଏ ନେଇ କୌଣସି ନିର୍ଦ୍ଧିଷ୍ଟ ଅଭିଯୋଗ ନଥିବା କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.