ଲକ୍ଷେ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିଶ୍ରା ବିଡ଼ିଓ

Published By : Prameya-News7 Bureau | November 06, 2018 IST

ସୁନ୍ଦରଗଡ ୬|୧୧: ପୁଣି ସୁନ୍ଦରଗଡ଼ରେ ସରକାରୀ ବାବୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ବିଶ୍ରା ବିଡ଼ିଓ ପ୍ରଶାନ୍ତ ରାଉତ ଲକ୍ଷେ ଟଙ୍କା ଲାଂଚ ନେବାବେଳେ ବିଶ୍ରା ସ୍ଥିତ ସରକାରୀ ବାସଭବନରେ  ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।  ଝିରପାଣି ପଂଚାୟତର ବିଭିନ୍ନ ସରକାରୀ ଉନ୍ନୟନ ଯୋଜନାର ଏଷ୍ଟିମେଣ୍ଟ କରିବା ପାଇଁ  ଝିରପାଣୀ ଭିଏଲଡ୍ଲୁ  ପ୍ରଶାନ୍ତ ଜେନାଙ୍କୁ  ଦୁଇ ଲକ୍ଷ ଟଙ୍କା ଦାବି କରିଥିଲେ କିନ୍ତୁ ଲାଞ୍ଚ ଦେବା ପାଇଁ ମନା କରିଥିଲେ ଭିଏଲଡ୍ଲୁ ପ୍ରଶାନ୍ତ ଜେନା । ବିଡ଼ିଓ କହିଥିଲେ ଏକ ଲକ୍ଷଟଙ୍କାରୁ କମ୍ ହଲେ ଏଷ୍ଟିମେଟ କରିବି ନାହିଁ ବୋଲି ସଫା ସଫା ମନାକରିଦେଇଥିଲେ । ବାଧ୍ୟ ହୋଇ ଭିଏଲଡ୍ଲୁ ପ୍ରଶାନ୍ତ ଜେନା ରାଉରକେଲା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଭିଜିଲାନ୍ସର ଯୋଜନା ମୁତାବକ ଆଜି ଭିଏଲଡବ୍ଲୁ ପ୍ରଶାନ୍ତ ଜେନା ବିଡ଼ିଓ ପ୍ରଶାନ୍ତ ରାଉତ ଲାଂଚ ବାବଦକୁ ଦାବି କରିଥିଲେ ଏକ ଲକ୍ଷ ଟଙ୍କା ବିଶ୍ରା ସ୍ଥିତ ବିଡ଼ିଓଙ୍କ ସରକାରୀ ବାସଭବନରେ ଦେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଲେ । ଏହି ଘଟଣାରେ ଭିଜିଲାନ୍ସ ବିଡ଼ିଓ ପ୍ରଶାନ୍ତ ରାଉତଙ୍କ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.